ମୋହନା ତହସିଲିଦାର ଦ୍ବାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପରିସର ଠାରେ ଅନୁସୁଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟ ବଣ୍ଟନ କରାଯାଇଥିଲା । ମୋହନା ତହସିଲ୍ ଅନ୍ତର୍ଗତ ପିଣ୍ଡିକି ଓ ରାଜସ୍ବ ଅଞ୍ଚଳର ଗ୍ରାମରେ ସମୁଦାୟ ୭୭  ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ କିରାମା ରାଜସ୍ବ ଅଞ୍ଚଳର ୭ ଜଣକୁ ଜଙ୍ଗଲ ଜମି ପଟ୍ଟା  ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲିଦାର ସତ୍ୟବାନ ନାୟକ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ଷମରେ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ଓ ଏଫଆରଏ କର୍ମଚାରୀ ପଉସ୍ଥିତିରେ ପଟ୍ଟ ବଣ୍ଟନ କରାଯାଇଥିଲା ।

Post a Comment

Previous Post Next Post