ଅଖିଳ ଭାରତ କୃଷକ ସଭାର ବେଗୁନିଆପଡ଼ା ବ୍ଳକ ଘେରାଉ

 ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ କୃଷି ଓ କୃଷକଙ୍କ ସମାସ୍ଯାର ସ୍ଥାୟୀ ସମାଧାନ ଦାବିରେ ବ୍ଲକ ଘେରାଉ କରିଛି ଅଖିଳ ଭାରତ କୃଷକ ସଭା। ରାଜ୍ୟର ସମସ୍ତ ବ୍ଲକରେ ସୋମବାର ଆନ୍ଦୋଳନ କରାଯାଇଥିବା ବେଳେ ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଅଖିଳ ଭାରତ କୃଷକ ସଭାର ନେତା ।ଚାଷୀଙ୍କ ପାଇଁ ଯେଉଁ ସହାୟତା ଘୋଷଣା କରାଯାଉଛି ତାହାର ଆଇନଗତ ଗ୍ଯାରେଣ୍ଟି ଦେବା ସହ ସରକାରୀ ସ୍ତରରେ ଫସଲ କ୍ରୟ କରିବା, ସମସ୍ତ କୃଷି ରୁଣ ଛାଡ କରିବା, ଜଗଂଲ ଅଧିକାର ଆଇନ କୁ କଡାକଡି କାର୍ଯ୍ଯକାରୀ, ସ୍ମାର୍ଟ ମିଟର ବନ୍ଦ କରାଯିବା ସହ କୃଷି କ୍ଷେତ୍ରରେ ବିଦ୍ଯୁତ ବିଲ୍ ଛାଡ, ୬୦ ବର୍ଷରେ ପଦାର୍ପଣ କରିଥିବା ଚାଷୀଙ୍କୁ ୧୦ ହଜାର ଟଙ୍କା ପେନସନ ସହ ଶାରିରୀକ ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା, ବିଧବାକୁଂ ମାସିକ ୩ ହଜାର ଟଙ୍କା ପେନସନ ପ୍ରଦାନ ଆଦି ଦାବିରେ ଆନ୍ଦୋଳନ କରାଯାଇଛି। ଏଥି ସହିତ ସମସ୍ତ ଚାଷୋପଯୋଗୀ ଜମିରେ ଜଳ ସେଚନ ବ୍ଯବସ୍ଥା, କୃଷି ଯନ୍ତ୍ରପାତି ଉପରୁ ଜିଏସଟି ପ୍ରତ୍ଯାହାର ଆଦି ୧୪ ଦଫା ଦାବିରେ ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ପରିସରରେ ପ୍ରତିବାଦ ସଭା କରାଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଖିଳ ଭାରତ କୃଷକ ସଭାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଙ୍କନାଥ ସ୍ବାଇଁ, ବ୍ଲକ ସଭାପତି ସତ୍ଯବାଦୀ ସ୍ବାଇଁଙ୍କ ସମେତ ବହୁ କର୍ମକର୍ତ୍ତା ଓ କୃଷକ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post