ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ଦେଓଗାଁ ର ଜଣେ ଯୁବକ କାମ କରି କୁଟୁମ୍ବ ପୋଷିବାକୁ ସୁଦୂର ସୁରଟ ଯାଉଥିଲେ ।ଟ୍ରେନ୍ ରେ ଯିବା ସମୟରେ ଖସିପଡି ମୃତ୍ୟୁ ବରଣ କଲେ ବିବାହିତ ଯୁବକ। ଆଉ ଏହା ପରେ ଅସହାୟ ହୋଇ ଯାଇଛି ପୁରା ପରିବାର। ଏଭଳି ଏକ ପରିବାର ନିକଟରେ ଠିଆ ହୋଇ ସହଯୋଗର ହାତ ବଢାଇଛନ୍ତି ଆସିକା ସଂସଦୀୟ କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ। ସୋମବାର ଉକ୍ତ ପରିବାରକୁ ଯାଇ ପରିବାର ସଦସ୍ୟ ମାନଙ୍କୁ ସାନ୍ତ୍ବନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଜାପଲ୍ଲୀ ଗ୍ରାମ ପଞ୍ଚାୟତ ଦେଓଗାଁ ଗ୍ରାମର ମଗଂଳା ପ୍ରଧାନଙ୍କ ପୁତ୍ର ଟୁଲୁ ପ୍ରଧାନ। ପରିବାର ପ୍ରତିପୋଷଣ ପାଇଁ ସୁରାଟ ଯାଉଥିବା ବେଳେ ସୋମ ପେଣ୍ଠ ରେଳ ଷ୍ଟେସନ ରେ ରେଳ ରୁ ଖସି ମୃତ୍ୟୁବରଣ କରିଛନ୍ତି ।ଗତ ମଂଗଳବାର ସଂଧ୍ୟାରେ ଏଭଳି ଅଘଟଣ ଘଟିଥିବା ବେଳେ ଗୁରୁବାର ପୋଷ୍ଟ ମୋଟମ୍ ପରେ ଗାଁ ରେ ପହଞ୍ଚିଥିଲା ମର ଶରୀର। ଟୁଲୁକଂ ଗୋଟିଏ ୧୨ ବର୍ଷର ଝିଅ ଓ ୯ ବର୍ଷର ପୁଅ ରହିଛି। ସେପଟେ ହତଭାଗା ହୋଇ ଯାଇଛି ସ୍ତ୍ରୀ। ବୁଢା ବାପା ମା ଙ୍କ ଆଖିରୁ ଲୁହ ଶୁଖୁନି। ଏଭଳି ସ୍ଥିତିରେ ପରିବାର ନିକଟରେ ଏଭଳି ଦୁର୍ଦ୍ଦିନରେ ଠିଆ ହୋଇ ମାନବିକତାର ପରିଚୟ ସୃଷ୍ଟି କରିଥିବା ରଞ୍ଜିତାକୁଂ ପରିବାର ଲୋକେ ଓ ଗାଁ ଲୋକେ କୃତଜ୍ଞତା ଜଣାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଛନ୍ତି ରଞ୍ଜିତା।
Tags:
ଆଞ୍ଚଳିକ