ଦାନା' ମୁକାବିଲା ପାଇଁ ପ୍ରସ୍ତୁତି

 ଆର,ଉଦଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ସମ୍ଭାବ୍ୟ ` ଦାନା' ର ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷଙ୍କୁ  ଦେଖିବାକୁ ମିଳିନଥିଲା । ଏହି ବୈଠକ  ବିଡିଓଙ୍କ ସଭାପତିତ୍ବ କରିଥିଲେ ଏହାସହ ବୈଠକରେ ତହସିଦାର, ସାମାଜିକ ସୁରକ୍ଷା ଅଧିକାରୀ, ସିଡିପିଓ, ଜିପିଇଓ, କୃଷି ଅଧିକାରୀ ଓ ମେଡିକଲ ଅଧିକାରୀଣୀ ପ୍ରମୁଖ ମଞ୍ଚାସୀନ ଅଧିକାରୀମାନେ ଥିଲେ । ଏହି ବୈଠକରେ  ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ସମସ୍ତ ପଞ୍ଚାୟତର ପିଇଓ, ଅଙ୍ଗଡଓ୍ବାଡି କର୍ମୀ  ପ୍ରମୁଖ ନେଇ ବୈଠକ କରିଥିଲେ । ଏଥିରେ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ନିଷ୍ପତ୍ତି ନେଇଥିଲେ । ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ସାମାଗ୍ରୀ ମହଜୁଦ ରଖିବା , ଜରୁରୀକାଳୀନ ପରିସ୍ଥିତିରେ ରାସ୍ତା ଉପରୁ ଗଛ ହଟାଇବା ପାଇଁ ଦମକଳ ବାହିନୀ ପ୍ରସ୍ତୁତ ରଖିବା ସକାଶେ ନିର୍ଦେଶ ଦିଆଯାଇଥିଲା । ଧନଜୀବନ ହାନି ଏଡାଇବା ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Post a Comment

Previous Post Next Post