ମହେନ୍ଦ୍ରଗଡ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ପାଳନ

  ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/  ତା 16/10/24 ରିଖ ବୁଧବାର ଦିନ ଆର, ଉଦୟଗିରି ବ୍ଲକର  ମହେନ୍ଦ୍ରଗଡ଼ M2 ମହଲ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି | M2 ମହଲର ମାଲିକ ଶ୍ରୀ ମୁନା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପୂଜା ବହୁ ଦିନ ହେଲା ହୋଇ ଆସୁଅଛି | ଆଜି ମାଗଜଲକ୍ଷ୍ମୀଙ୍କ ଦ୍ଵିତୀୟ ଦିବସ ପୂଜା ଉପଲକ୍ଷେ ସାଲା ସଂସ୍କାର, ଷଡ଼ଙ୍ଗୀ କର୍ମ ସୂର୍ଯ୍ୟ ପୂଜା, ଅଗ୍ନି ଆବାହନ, ମହାଲକ୍ଷ୍ମୀ ପୂଜା,ଗ୍ରହ ପୂଜା ଓ ଅନ୍ୟାନ୍ୟ ପୂଜା ସହିତ ହୋମ କର୍ମ ରାଜ ଆଳତି ପୁଷ୍ପାଞ୍ଜଳି ମା ଙ୍କର ମହାପ୍ରସାଦ ସେବନ ଆଦି କର୍ମ ମାନ ଅନୁଷ୍ଠିତ ହେବ ବୋଲି ପୁରୋହିତ ଶ୍ରୀ ବିଜୟ କୁମାର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି |ଆସନ୍ତା କାଲି ପୂର୍ଣାହୁତି ହେବ ବୋଲି ଶ୍ରୀ ମୁନା ପଣ୍ଡା କହିଛନ୍ତି

Post a Comment

Previous Post Next Post