ଉହାଳରୁ ୩ ଛେଳିକୁ ଖାଇଲା ବାଘ

ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଗଜପତି ଆର,ଉଦୟଗିରି ବନ ବିଭାଗ ଅଧିନସ୍ଥ ଘୋଡାକୋଣ  ଗ୍ରାମ ଠାରୁ ଅଳପ ଦୂରରେ ରହୁଥିବା ସୁଜୟ ରାଇକା ଘର ନିକଟରେ ଗତକାଲି ରାତ୍ର  ଗୁହାଳ ୮ଟି ଛେଳି ବାନ୍ଧି ରଖିଥିଲେ ପରିବାର ଲୋକେ ସୋଇଥିବା ୯.୩୦ ସମୟ ଜଙ୍ଗଲରୁ ଗ୍ରାମକୁ ଆସି ଗ୍ରାମର ଅଳପ ଦୂରରେ ସୁଜୟ ଗୁହାଳ ପସି  ବନ୍ଧାହୋଇଥିବା ୮ଟି ଛେଳିକୁ ଆକ୍ରାମଣ କରିଥିଲା । ଏହା ଶଦ୍ଦ ସୁଣି ପରିବାର ସୁଣି ଉଠି ବାଘକୁ ଘଡାଇଥିଲେ ।  ୮ଟି ଛେଳି ମଧ୍ୟ ୨ଛେଳି ବାଘଖାଇ ଅଧ୍ୟଛାଡି ଚାଲିଚାଇଥିଲା ।  ଏହାପରେ ଘୋଡାକୋଣ ଇନ୍ଦ୍ରାବାସ କଲୋନିର ମୁନସି ରାଇକ ଗୁହାଳରୁ ଏକ ଛେଳି ନେଇ ଅଳପ ଦୂରରେ ଥିବା   ମୁଖ୍ୟରାସ୍ତ ଉପରେ  ଖାଇଥିଲା । ସକାଳ ହେବାପରେ ଛେଳି ମାଳିକ ଯାଇ ଏହି ବିଷୟ ଆର,ଉଦୟଗିରି ବନ କର୍ମଚାରୀଙ୍କୁ ଜଣାଇଥିଲେ । ବନ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ଦେଖି କହିଥିଲେ ଏହି ଛେଳିକୁ ବାଘ ଆକ୍ରମଣ କରିନି ବିଲୁଆ ଆକ୍ରମଣ କରିଛି ବୋଲି କହିବାପରେ ଛେଳି ମାଲକ ଓ ଗ୍ରାମବାସୀ ଅସନ୍ତୁଷ୍ଟ   ଖେଳିଯାଇଛି ।  ଗ୍ରାମବାସୀ ଆହୁରି କହିଥିଲେ ବାଘ ପାଦ ଚିନପଡିଛି ତାହା ସହ କିଛି ଦିନ ତଳେ ଗ୍ରାମରୁ ଦୁଇଟି ଛେଳିକୁ ଗୁହାଳ ନେଇ ବଣରେ ଖାଇଥିଲା । କିଛି ହେବ ଏହି ଗ୍ରାମ ଏହାର ଆଖପାଖ ଗ୍ରାମରୁ ବହୁ ଛେଳି ହତ୍ୟା କରିଛି । ଏଥିପ୍ରତି ଜଙ୍ଗଲ ଗୁରୁତ୍ବ ନଦିନ୍ତି ତାହାହେଲେ ଆଗାମୀ ଦିନରେ ଗ୍ରାମରୁ ଲୋକ ବାଘ ଆକ୍ରମଣ କରେ ତାହା ବନ ବିଭାଗ ଅଧିକାରୀ ଦାଇରହିବେ ବୋଲି ଗ୍ରାମବାସୀ କହିଥିଲେ ।  ବାଘ ଖାଇଥିବା ଛେଳି କ୍ଷେତି ପୂରଣ ଦାବି କରିଥିଲେ ସୁଜୟ ।  ଏହି ବିଷୟ ନେଇ ଆର,ଉଦୟଗିରି ରେଞ୍ଜର ଉମା ଶଙ୍କର ବିଷୋୟୀ ସହ ଯୋଗାଯୋଗ କରିବାରୁ ଗ୍ରାମର କୌଣସି ଛେଳି ବାଘ ଖାଇନି ଯେଉଁ ୩ଟି ଛେଳିକୁ ବାଘ ଆକ୍ରମଣ କରିଛି ସେମାନଙ୍କୁ କହୁଛନ୍ତି ତାହା ମିଛ  ବିଲୁଆ ଆକ୍ରମଣ କରିଛି । ଏଥିପାଇଁ ସରକାରଙ୍କ ତରଫରୁ କୌଣସି ସାହାର୍ଯ୍ୟର ସୁବିଧା ନାହିଁ । ସେ ଆହୁରି କହିଥିଲେ ଆଜି ରାତିରେ ସେହି ଗ୍ରାମରେ ଆମ କର୍ମୀମାନେ ରାତ୍ର ଜଗିବେ  ବୋଲି କହିଥିଲେ । ଏହି ଘଟଣା ପରେ ଗ୍ରାମରେ କୋକୁଆଭୟ ଖେଳି ଯାଇଛି ।

Post a Comment

Previous Post Next Post