ଭଞ୍ଜନଗର:ମୋ ନିୟୁଜ ଓଡିଶା ଆଜି ସମଗ୍ର ଭାରତରେ ଚଉଦ ଲକ୍ଷ ଏଲ.ଆଇ.ସି. ଏଜେଣ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବି ନେଇ ନିଜ ନିଜ ଶାଖା କାର୍ଯ୍ୟଳୟ ସାମ୍ନାରେ ଧାରଣାରେ ବସିଛନ୍ତି। ଯେଉଁ ବୀମା ଏଜେଣ୍ଟ ମାନେ ବର୍ଷ ବର୍ଷ ଧରି ବୀମା ଧାରୀ ଓ ବୀମା କମ୍ପାନୀର ସେବା କରି ଆସୁଛନ୍ତି ଆଜି ସେମାନଙ୍କ ସମସ୍ତ ପ୍ରକାର ସୁବିଧାକୁ ଆଇ. ଆର. ଡି .ଏ .ସଙ୍କୁଚିତ କରିଛନ୍ତି ତାହାର ବିରୁଦ୍ଧରେ ବୀମା ଏଜେଣ୍ଟ ମାନେ ବିରୁଦ୍ଧ କରିଛନ୍ତି। ଏଜେଣ୍ଟମାନଙ୍କ କୌଣସି ପ୍ରକାର ଦରମା ନ ଥାଏ କେବଳ ଯେ କିଛି କମିଶନକୁ ନେଇ ନିଜର ପରିବାର ପ୍ରତିପୋଷଣ କରନ୍ତି। ଆଜି ଆଇ.ଆର.ଡି.ଏ ନିଜର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛନ୍ତି ତାକୁ ପ୍ରତ୍ୟାହାର କରିବାକୁ ଭଞ୍ଜନଗର ଏଲ.ଆଇ.ସି ଏଜେଣ୍ଟ ସଂଘ ଦାବି ରଖିଛି। ଆଜି ସଂଘର ସମସ୍ତ କର୍ମଚାରୀ ତଥା କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ନାରାବାଜି କରିବା ସହ ପଲିସି ଧାରକଙ୍କ ବୋନସ ବୃଦ୍ଧି, କମିଶନ ରେଡୁସ ଫେରାଇବା, କ୍ୟାସ ବ୍ୟାକ ବନ୍ଦ କରିବା, ବୀମା ଭୁକ୍ତ ସର୍ବନିମ୍ନ ରାଶି ଏକ ଲକ୍ଷ ଟଙ୍କା କରିବା, ସର୍ବାଧିକ ପ୍ରବେଶ ବୟସ ୫୫ବର୍ଷ କରିବା ଓ ବର୍ଦ୍ଧିତ ପ୍ରିମିୟମ ରାଶି ହ୍ରାସ କରିବା ଆଦି ଦାବି ରଖିଛନ୍ତି। ଆଇ. ଆର .ଡି. ଏ. ଆଜି ଦୀର୍ଘ ୬୮ବର୍ଷ ପରେ ବୀମା ଏଜେଣ୍ଟ ମାନଙ୍କ ବିଶ୍ୱାସକୁ କୁଠାର ଘାତ କରି କିଛି ପରିବର୍ତ୍ତନ ଆଣିଛନ୍ତି। ଆଜିର ଏହି ଶାନ୍ତି ପୂର୍ଣ ଆନ୍ଦୋଳନକୁ ଭଞ୍ଜନଗର ଏଲ ଆଇ ସି ଏଜେଣ୍ଟ ସଙ୍ଘ ସଭାପତି ଭବାନୀ ଶଙ୍କର ଦାଶ, ସମ୍ପାଦକ ପ୍ରଶାନ୍ତ କୁମାର ରଥ, ବିଡିସି ସଭାପତି ରାମ ଚନ୍ଦ୍ର ମିଶ୍ର, ବିଡ଼ିସି ସଭ୍ୟ ଶିବ ଶଙ୍କର ସ୍ୱାଇଁ ଓ ଭଞ୍ଜନଗର ଅଭିକର୍ତ୍ତା ସଂଘର ମେମ୍ବର ଗଙ୍ଗାଧର ମିଶ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା, ସନ୍ୟାସୀ ସ୍ୱାଇଁ, ରାଜ କିଶୋର ବିଶୋଇ, ଗୋକୁଳ ଚନ୍ଦ୍ର ଦୋରା ପ୍ରମୁଖ ଯୋଗ ଦେଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା