ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଗତ ଅକ୍ଟୋବର ୨ ତାରିଖ ରୁ ବିଜେଡିର ଯେଉଁ ପଦଯାତ୍ର ଆରମ୍ଭ ହୋଇଥିଲା । ଏହି ପରିପେକ୍ଷ ରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଆର,ଉଦୟଗିରି ଓ ନୁଆଗଡ ସଦରମୋହକୁମା ଠାରେ ସୋମବାର ବିଜୁ ଜନତାଦଳ ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜେଡିର ଶୋଚନୀୟ ପରଜୟ ପରେ ପ୍ରଥମ ଥର ପାଇଁ ମୋହନା ଆର,ଉଦୟଗିରି ଓ ନୁଆଗଡ ବ୍ଲକର ଉଭୟ ମହିଳା ଓ ପୁରୁଷ ବିଜେଡି କର୍ମୀମାନେ ପ୍ରଥମେ ସ୍ଥାନୀୟ ଆତରସିଂ ଠାରେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ପରେ ପରେ ଏକ ବିରାଟ ପଦଯାତ୍ରାରେ ସହରର ମୁଖ୍ୟ ରାସ୍ତା ଦେଇ ଥାନା ନିକଟ ପର୍ଯ୍ୟନ୍ତ ଆସୁଥିଲେ । ଏହି ପଦଯାତ୍ରା ସମୟରେ ବିଜେପି ସରକାର ମିଛୁଆ ସରକାର ରଙ୍ଗ ଓବଦଳା ସରକାର ବୋଲି ନାରା ଦେବାସହିତ ଏହି ସରକାର ଗତ ନିର୍ବାଚନ ସମୟରେ ଜନସାଧାରଣଙ୍କୁ ସୁଭଦ୍ରା ଯୋଜନା, ପେନସନ ବୃଦ୍ଧି ଓ ବିଜୁଳି ବିଲି ଛାଡ ମିଛ ପ୍ରତସୃତି ଦେଇ ନିର୍ବାଚନ ଜିତିଲେଣି କିନ୍ତୁ ଓଡିଶା ବାସୀଙ୍କ ମାନ ଜିତି ପାରିନାହାନ୍ତି କିନ୍ତୁ ବିଜେଡି ନିର୍ବାଚନରେ ପରାଜୟ କରିମଧ୍ୟ ଆଜି ସୁଦ୍ଧା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ହୃଦୟରେ ଅଛନ୍ତି ବୋଲି ଅଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା ଓ ବ୍ରହ୍ମପୁର ସାସଂଦ ପ୍ରାର୍ଥୀ ଭୂଗୁ ବକ୍ସି ପାତ୍ର କହିଛନ୍ତି । ବିଜେଡିକୁ ଭୋଟ ନଦେଇ ଆମେ ବହୁତ ବଡ ଭୂଲ କରାଛି ବୋଲି ଏହି ପଦଯାତ୍ରା ସମୟରେ ବହୁ କର୍ମୀ ଆପୋଷ କଥାବାର୍ତା ହେଉଥିବା ର ଦେଖିବାକୁ ମିଳିଥିଲା । ଗତ ନିର୍ବାଚନ ପରଠାରୁ ଆଜିସୁଦ୍ଧା କୌଣସି ପ୍ରକାରର ଉନ୍ନତି ଯୋଜନାର ନାମ ବଦଳାଇବା ସହିତ ରଙ୍ଗ ବଦଲାଇବା ନିମନ୍ତେ ବ୍ୟସ୍ତ କିନ୍ତୁ ଜାନ ହିତାଧିକାର ପାଇଁ କୌଣସି ଯୋଜନା ମାନ ପ୍ରଣୟନ କରୁନାହାନ୍ତି । ଆଜିର ଏହି ପଦଯାତ୍ରାରେ କାର୍ଯ୍ୟକ୍ରମଟି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ହୋଇଥିବା ବେଳେ ଜିଲ୍ଲା ମହିଳା ସଭାପତି ପୂଣ୍ଣବାସୀ ନାୟକ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଜିଲ୍ଲାପରିଷଦ ସଭ୍ୟା ଜମୁନା ଦଳବେହେରା,ବ୍ଳକ ଅଧ୍ୟକ୍ଷା ଲଲକ୍ଷ୍ମୀନାରାୟଣ ଶବର, ମୋହନା ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ପ୍ରେମା ମାଝି ଓ ଜେମଶ ରାଇକାଙ୍କ ନେତୃତ୍ବରେ ଏହି ନିର୍ବାଚନ ମଣ୍ଡଳୀର ୧୦୦୦ ହଜାରରୁ ଉଦ୍ଧ୍ବ କର୍ମୀ ଆଜିର ଏହି ପଦଯାତ୍ରାରେ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା । ଏହି ମିଛଆ ସରକାରକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ଜଗନ୍ନାଥ ଦାସ କହିଥିଲେ ସେ ପୁଣି ଦୃଢତାର ସହିତ କହିଛନ୍ତି ଯେ ଆଜି ମଧ୍ୟ ଜନସାଧାରଣ ଙ୍କ ମନରେ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତୀ ମନ୍ତ୍ରୀ ଭାବେ ଅଛନ୍ତି ଓ ରହିବେ ମଧ୍ୟ ବୋଲି ଶ୍ରୀ ଦାସ କହିଛନ୍ତି ।