ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ ଉଦଘାଟିତ

(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ପର୍ଯ୍ୟଟନ ଭାରତ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଶନିବାର ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ । ମହୋତ୍ସବ ରେ ଭାଷା,ସାହିତ୍ୟ,ସଂସ୍କୃତି,ଲୋକକଳା ଓ ପର୍ଯ୍ୟଟନର ମିଳିତ ସମାବେଶର ଝଲକ ମଞ୍ଚରେ ଦେଖିବକୁ ମିଳିଥିଲା ।କାର୍ଯ୍ୟକ୍ରମର ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଶତାଧିକ କବି,କବିୟତ୍ରୀ ମାନଙ୍କ କବିତା ଆସର ହୋଇଥିଲା । କବି ମିହୀର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କାର୍ତ୍ତିକ ପାଣିଗ୍ରାହୀ,ସିବାନନ୍ଦ ବାରିକ,ସୁପ୍ରିଜିତ ସାହୁ,ସୁଧୀର ପଣ୍ଡା,ରତ୍ନାକର ସିଅ ଓ ସାଗରିକା ଆଚାର୍ଯ୍ୟ ପ୍ରମୁଖଙ୍କ ସହ ବହୁ ଉଦଘୋଷକ କବିତା ସଂଯୋଜନା କରିଥିଲେ ।ଅପରାହ୍ନରେ କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା"ଓଡିଶା ପ୍ରଦେଶ ଓ ଓଡ଼ିଆ ଅସ୍ମିତା" ବିଷୟ ସମ୍ବଳିତ ସାହିତ୍ୟ ଆଲୋଚନା ଚକ୍ର । ଆଲୋଚନା ଚକ୍ରରେ ଡ଼. କୁଳମଣି ଓଝା,ଡ଼. ଲମ୍ବୋଦର ପାଣିଗ୍ରାହୀ, ଅନିଲ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ରହି ଆଲୋଚନା ଚକ୍ରକୁ ନିଜର ଓଜସ୍ବନୀ ଭାଷା ମାଧ୍ୟମରେ ସମସ୍ତଙ୍କୁ ବିମୋହିତ କରିଥିଲେ । ଏହି ଅବସରରେ  ଅତିଥି ଭାବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଓ ସାହିତ୍ୟ ଏକାଡେମୀ ପ୍ରାପ୍ତ ପ୍ରିୟବ୍ରତ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କବି,କବିୟତ୍ରୀ ଓ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବକ୍ତୃକ୍ତା,ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ମହୋତ୍ସବର ପ୍ରଥମ ଦିବସର ଆନୁଷ୍ଠାନିକ ଉଦଘାଟନ ଅନୁଷ୍ଠିତ ହୋଇଥିଲା । ମହୋତ୍ସବର ମୂଖ୍ୟ ତଥା ପର୍ଯ୍ୟଟନ ଭାରତର ପରିଚାଳନା ନିର୍ଦ୍ଦେଶକ ନାରାୟଣ ମହାଙ୍କୁଡ଼ଙ୍କ ସଂଯୋଜନା ଏବଂ କାର୍ଯ୍ୟକ୍ରମ ର ସଭାପତି ରବି ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସାଧାରଣ ସଭାରେ ମୂଖ୍ୟଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର  ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସୋରଡା ବିଧାୟକ ନୀଳମଣି ବିଷୋୟୀ,,ଡିଆଜି ଡ଼. ସାର୍ଥକ ଷଡଙ୍ଗୀ,ମେୟର ସଂଘମିତ୍ରା ଦଳେଇ,ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମାଜସେବୀ ସୁବାସ ମହାରଣା,ଡା.ତିରୁପତି ସାହୁ, ଇଂ.ଜାମିନି କାନ୍ତ ଦାସ,କାଳୁ ଚରଣ ସାହୁ,ଶିବରାମ ରେଡ୍ଡୀ କାର୍ଯ୍ୟକ୍ରମ ରେ  ଉପସ୍ଥିତ ଥିଲେ । ପ୍ରଥମ ଦିବସ କାର୍ଯ୍ୟକ୍ରମ ଶେଷରେ ଓଡିଶା ନାଟକ ସମାରୋହ ସମିତି ତରଫରୁ ନାଟ୍ୟକାର ଡା.ମିହୀର କୁମାର ତ୍ରିପାଠୀ ଙ୍କ ରଚିତ ଓ ରବି ନାରାୟଣ ବେହରାଙ୍କ ନିର୍ଦ୍ଦେଶିତ ହାସ୍ୟ ବ୍ୟଙ୍ଗ ନାଟକ"ଉଦଘାଟନ" ମଂଚସ୍ଥ ହୋଇଯାଇଛି ।  ଅନିଲ କୁମାର ପାତ୍ର,ରାଜଗୋପାଳ ପାଢ଼ୀ,ଗୋପାଳ ପଟ୍ଟନାୟକ, କୈଳାସ ପାଣିଗ୍ରାହୀ, ସରୋଜ ପଣ୍ଡା ,ପ୍ରଦୀପ ନାହାକ, ଦୀପିକା ଦାସ,ଜ୍ଞାନେନ୍ଦ୍ର ପଣ୍ଡା,ଚନ୍ଦ୍ରକଳା ପ୍ରମୂଖ ଙ୍କ ସହ ଅନେକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Post a Comment

Previous Post Next Post