(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା :ଗଜପତି ଜିଲ୍ଲାର ଗର୍ବଗୌରବ କହିଲେ ଅତ୍ୟୁକ୍ତି ହେବନାହିଁ । ଯାହା କି ପଞ୍ଚାୟତ ଲାଗି ପ୍ରଥମ OAS ଅଫିସର୍ ହେବ ଆର.ଉଦୟଗିରି ବ୍ଳକ ଛେଲାଗଡ଼ ପଞ୍ଚାୟତର ଗଡର ଗ୍ରାମର ଯୁବକ କଳିଙ୍ଗ କୁମାର ପୂଜାରୀ । କଳିଙ୍ଗ ଜଣେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳର ଜଣେ ମେଧାବୀ ଛାତ୍ର । ଆସା ଓ ଇଚ୍ଛା ଅନେକ ଥିଲା ଦିନେ ଜଣେ ଓଏଏସ ଅଫିସର ହେବାର ବାପା ମା ତଥା ଗୁରୁଜନ ମାନଙ୍କ ପ୍ରେରଣାରେ ଆଜି ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିଛନ୍ତି । ଏହି ଖୁସିରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଲାଗି ଅଞ୍ଚଳ ବାସୀ ନିଜ ପଞ୍ଚାୟତରେ ଏକ ସଭାର ଆୟୋଜନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଆର ଉଦୟଗିରି ବିଡ଼ିଓ, ବିଜେଡି ଜିଲ୍ଲା ସଭାପତି ତଥା ସମାଜସେବୀ ଜଗବନ୍ଧୁ ଦାସ ,ସରପଞ୍ଚ ଡାଳିମ୍ବ ଗମାଙ୍ଗ ,ନାଏବ ସରପଞ୍ଚ ସୁମତି ରଇତ ,ସମିତି ସଭ୍ୟ ଶିବାନୀ ବେହର୍ଦଲାଇ ସଭାରେ ଉପସ୍ଥିତ ରହି ନୂତନ ଭାବରେ ଓଏଏସ ପରୀକ୍ଷାରେ ସଫଳ ହୋଇଥିବା କଳିଙ୍ଗ କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଓ ସମ୍ମାନିତ କରିଥିଲେ । ସଭାରେ ପଞ୍ଚାୟତର ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସମସ୍ତ ୱାର୍ଡ ମେମ୍ବର ଅଙ୍ଗନବାଡ଼ି କର୍ମୀ ଆସା କର୍ମୀ ପଞ୍ଚାୟତର ଅନ୍ୟ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ ।ଏହି ଦୁର୍ଗମ ଆଦିବାସୀ ଅଞ୍ଚଳ ପାଇଁ କଳିଙ୍ଗ ଗର୍ବ ଓ ଗୌରବ ବୋଲି କହିବା ସହ ଆଗାମୀଦିନରେ ଅନ୍ୟ ଛାତ୍ର ଛାତ୍ରୀଙ୍କ ଲାଗି ପ୍ରେରଣା ଓ ଅଞ୍ଚଳ ଲାଗି ଇତିହାସ ହୋଇ ଲିପିବଦ୍ଧ ହେବ ବୋଲି କହିଛନ୍ତି ସମାଜ ସେବୀ ଜଗବନ୍ଧୁ । ନିଜ ଜେଜେ ମାଁ ଓ ଜେଜେ ବାପା ଶ୍ରୀ ଅଚ୍ୟୁତ ପୂଜାରୀ ଙ୍କୁ ନିଜର ଉପଦେଷ୍ଟା ମାର୍ଗ ଦର୍ଶକ ବୋଲି କହିଛନ୍ତି କଳିଙ୍ଗ । ଆଉ ଏହି ସବୁ ଆୟୋଜନ ଓ ସମ୍ମାନିତ କରିଥିବାରୁ ନିଜକୁ ଧନ୍ୟ ମନେକରିଥିବା ଓ ଅଞ୍ଚଳବାସୀଙ୍କ ସଦାସର୍ବଦା ଆଶୀର୍ବାଦ ସହ ଏମିତି ସହଯୋଗ ରହୁ ବୋଲି କହିଛନ୍ତି କଳିଙ୍ଗ । ସେହିପରି ଭାବେ କୁଷପଳ୍ଳି ତରା ବଟ ଠାରେ ଶବର ସମାଜ ପକ୍ଷରୁ ମଧ୍ୟ କଳୀଙ୍ଗଙ୍କୁ ସଙ୍କୀର୍ତ୍ତନ ସହ ପୁଷ୍ପଚନ୍ଦନ ଦେଇ ସ୍ଵାଗତ କରିବାସହ ସମ୍ମାନିତ କରିଛନ୍ତି , ଏହିକାର୍ଯ୍ୟ କ୍ରମରେ ରାମଚନ୍ଦ୍ର ରଣସିଂହ ନାୟକ ,ନୀଳମାଧବ ନାୟକ, ନରସିଂହ ନାୟକ ,ଖମ୍ବେଶ୍ଵର ପାଇକ ତଥା ସମସ୍ତ ଶବର ସମାଜର ସଦସ୍ୟ ଓ କର୍ମୀ ଯୋଗଦେଇଥିଲେ । ** ଗଜପତି ଜିଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ଓଡିଶା ଡିଜିଟାଲ୍ ନ୍ୟୁଜ **