ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ଥାନା ଅନ୍ତର୍ଗତ ଖଣ୍ଡିଆନଈ ପଂଚାୟତର ତିରିଡା ଗ୍ରାମରେ ଯୌତୁକ ନିର୍ଯ୍ୟାତନା ଦେଇଥିବା ନେଇ ବେଗୁନିଆପଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଏହି ଗ୍ରାମର ପ୍ରଶାନ୍ତ ସେଠି ବେଗୁନିଆପଡାର ଅଶାନ୍ତି ସେଠି ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ପ୍ରତ୍ୟେକ ଦିନ ପ୍ରଶାନ୍ତ ମଦ ପିଇ ସ୍ତ୍ରୀ ଅଶାନ୍ତିଙ୍କ ସହତ ଯୌତୁକ ପାଇଁ ଝଗଡା କରନ୍ତି । ଶନିବାର ଦିନ ମଧ୍ୟ ମଦ ପିଇ ଝଗଡା କରିବା ସହ ଏକ କାଠ ଫାଳିଆରେ ଅଶାନ୍ତି ଙ୍କୁ ଆକ୍ରମଣ କରିବା ଫଳରେ ଅଶାନ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖଲ୍ଲିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ବେଗୁନିଆପଡାରେ ଅଶାନ୍ତି ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ପ୍ରଶାନ୍ତ କୁ ଗିରଫ କରିବା ସହ ଉକ୍ତ କାଠ ଫାଳିଆକୁ ଜବତ କରି ଥାନା କେଶ ନମ୍ବର 381/2024 ରେ ମାମଲା ରୁଜୁ କରିବା ସହ ସୋମବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି ।
Tags:
ଆଞ୍ଚଳିକ