ଖୋଲୁନି ଅଙ୍ଗନବାଡି କେନ୍ଦ୍ର, ସି ଡି ପି ଓଙ୍କୁ ଅଭିଯୋଗ କଲେ ଗ୍ରାମବାସି

ଗଞ୍ଜାମ ଜିଲ୍ଲାମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ତୋଟାପଡା ଗ୍ରାମରେ ଖୋଲୁନି ଅଙ୍ଗନବାଡି କେନ୍ଦ୍ର । ଗୋଟିଏ ଅଙ୍ଗନବାଡି କେନ୍ଦ୍ର ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଗୃହଟିଏ ନାହିଁ । ଏହି କେନ୍ଦ୍ରର କର୍ମୀ ଭାବେ ଶ୍ରାବଣୀ ଦାସ ନିଯୁକ୍ତି ପାଇଛନ୍ତି କିନ୍ତୁ ଦୀର୍ଘ 3 ମାସ ହେଲା କେନ୍ଦ୍ର ଖୋଲୁ ନାହିଁ କିମ୍ବା ଅଙ୍ଗନବାଡି କର୍ମୀ ଆସୁନାହାନ୍ତି । ପିଲାଙ୍କ ପାଇଁ ଆସୁଥିବା ସମସ୍ତ ଖାଦ୍ୟ ଓ ସାମଗ୍ରୀ ପିଲାଙ୍କୁ ନ ଦେଇ କର୍ମୀ ନିଜେ ରଖୁଛନ୍ତି ।  ସେଥିପାଇଁ  ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସମନ୍ୟୁତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କୁ ଆସି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ସି ଡି ପି ଓ ଙ୍କ ଅନୁପସ୍ଥିତିରେ ସୁପରଭାଇଜର ମିନତୀ କୁମାରୀ ବେହେରାଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ସାତ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପୁନର୍ବାର  ଏହି କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ ।

Post a Comment

Previous Post Next Post