ସାମ୍ବାଦିକ ଘରୁ ଚୋରୀ କରି ଧରାପଡ଼ିଲେ , ୪ ଅଭିଯୁକ୍ତ ଗିରଫ, ଚୋରୀ ସାମଗ୍ରୀ ଜବତ।

ଗଜପତି -ମୋ ନିୟୁଜ ଓଡିଶା ୪/୯/୨୪ - ପୋଲିସ୍ କୁ ମିଳିଛି ବଡ ସଫଳତା, ଏକ ପ୍ରତିଷ୍ଠିତ ଗଣମାଧ୍ୟମ ଚାନେଲ ର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଘରୁ ଚୋରି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରୀ ସାମଗ୍ରୀ ଜବତ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ରାମଗିରି ଗାଁର ଗନନ ବଡମୁଣ୍ଡି ଓ ତ୍ରିନାଥ ବଡମୁଣ୍ଡି l ଏଥି ସହ ଚୋରି ସାମଗ୍ରୀ କିଣିଥିବା ୨ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସୁଚନା ଅନୁଜାୟୀ ଗତ ୨୦୨୩ ଡିସେମ୍ବର ୨୫ ତାରିଖରେ ଗଜପତି ଜିଲ୍ଲା  ମୋହନା ଥାନା ଲୁହାଗୁଡ଼ି ଗାଁରେ ଗଣମାଧ୍ୟମ ପ୍ରତିନିଧି  ତାଙ୍କ ପରିବାର ସହ ଅନ୍ୟତ୍ର ବୁଲିବାକୁ ଯାଇଥିବା ବେଳେ ସେହି ରାତ୍ରୀରେ ଦୁଇ ଅଭିଯୁକ୍ତ ଘରର କବାଟ ତାଲା ଭାଙ୍ଗି ଘରୁ ଏଲଡି ଟିଭି, କ୍ୟାମେରା, ମୋବାଇଲ ସମେତ ଘରର କିଛି ସାମଗ୍ରୀ ଚୋରି କରି ନେଇ ଯାଇଥିଲେ । ଏ ନେଇ ମୋହନା ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମାନେ ଘଟଣା ପରଠାରୁ ଫେରାର ଥିଲେ । ପୋଲିସ ସେମାନଙ୍କ ଫୋନ୍ ନମ୍ବର କୁ  ଟ୍ରାକ କରିବା ସହ ଅଭିଯୁକ୍ତ ମାନଙ୍କୁ ରାମଗିରି ରୁ ଗିରଫ କରିଥିବା ବେଳେ ଚୋରି ଏଲଡି ଟିଭି ଓ କେମେରା କିଣିଥିବା ଦୁଇ ବ୍ୟକ୍ତି ମଧ୍ୟରୁ ଜଣଙ୍କୁ ବ୍ରହ୍ମପୁର ଓ ଅନ୍ୟ ଜଣଙ୍କୁ ଚିକିଟିରୁ ଗିରଫ କରାଯାଇଛି।  ଏହି ଘଟଣାରେ ପୋଲିସ ମୋବାଇଲ କିଣିଥିବା ଜଣେ ଯୁବକକୁ ରାମଗିରି ରୁ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଛି । ତେବେ ପୋଲିସ୍ ଅଭିଯୁକ୍ତ ମାନଙ୍କ ଠାରୁ ରାୟଗଡ଼ ଥାନା ଅଧୀନରେ ଚୋରି ହୋଇଥିବା ଆଉ ଦୁଇ ଗୋଟି ଏଲଇଡି ଟିଭି ମଧ୍ୟ ଜବତ କରିଛି।

ଗଜପତି ଜିଲା ରୁ  ମନୋଜ କୁମାର ପାଢୀ ଙ୍କ ରିପୋଟ ଓଡିଶା ଡିଜିଟାଲ୍ ନ୍ୟୁଜ

Post a Comment

Previous Post Next Post