(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର: ମୋ ନିୟୁଜ ଓଡିଶା ସହରରେ ଦିନକୁ ଦିନ ସକ୍ରିୟ ହେଉଛନ୍ତି ଲୁଟେରା ଗ୍ୟାଙ୍ଗ ତେଣୁକରି ସାବଧାନ । ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ନିଚ୍ଛାଟିଆ ରାସ୍ତାରେ କିମ୍ବା ଏକୁଟିଆ ଚାଲି ଚାଲି ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ମୋବାଇଲ ଓ ସୁନା ଅଳଙ୍କାର ଲୁଟ୍ କରନ୍ତି । ବୁଧବାର ରାତିରେ ନୂଆଁ ବସ୍ ଷ୍ଟାଣ୍ଡ ନିକଟରେ ଯୁବ ଆଇନଜୀବୀ ସତ୍ୟନାରାୟଣ ନାୟକ ମୋବାଇଲରେ କଥା ହେଉଥିବା ବେଳେ ୩ଜଣ ଦୁର୍ବୁତ୍ତ ଗୋଟିଏ ପଲସର ବାଇକରେ ଆସି ସେ ହାତରେ ଧରି କଥା ହେଉଥିବା ମୋବାଇଲକୁ ଝାମ୍ପି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ଏଭଳି ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଛି ।ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।ପୁଲିସ ଘଟଣା ସ୍ଥଳରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଫୁଟେଜ ସଂଗ୍ରହ କରୁଥିବା ଜଣାପଡିଛି ।
Tags:
ଆଞ୍ଚଳିକ


