ଜଗଦଳପୁର ଗ୍ରାମରେ ବିଜେପିର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : କୁକୁଡାଖଣ୍ଡି ବ୍ଲକର ନିମଖଣ୍ଡି ମଣ୍ଡଳୀର ଜଗଦଳପୁର ଗ୍ରାମର ବିଜେପି କର୍ମକର୍ତ୍ତା ମାନଙ୍କୁ ନେଇ ସ୍ଥାନୀୟ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରଭାରୀ ରାଜେଶ ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିସ୍ତାରକ ସରୋଜ ସାବତ, ଗଞ୍ଜାମ ଜିଲ୍ଲା କୋଷାଧ୍ୟକ୍ଷ ସୂର୍ଯ୍ୟମଣି ପାତ୍ର, ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ତଥା ଲୋଚାପଡା ସରପଞ୍ଚ ଏଲ ମୋହନ ଦାସ,ବିଜେପି ନେତା ସନ୍ତୋଷ ଚୌଧୁରୀ, ଯୁବ ନେତା ରଜିତ୍ ପାତ୍ର,ରାଜକିଶୋର ପାଠୀ, ରାଧାମୋହନ ପାତ୍ର ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ ।ପ୍ରଥମେ ମଞ୍ଚାସୀନ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ବୈଠକ ଗ୍ରାମର ଚାରୋଟି ବୁଥ୍ ସଭାପତି, ପଞ୍ଚାୟତର ପ୍ରମୁଖ ଏ. ବୁଲା ପାତ୍ର,କୁରା ସେଠୀ,କେ. ସୁଦାମ ପାତ୍ର, ଏସ୍ ମନୋଜ କୁମାର ପାତ୍ର ଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତର ପ୍ରତି ୱାର୍ଡ ର ଶତାଧିକ ଯୁବକ,ମହିଳା ଓ ଜନସାଧାରଣ ଯୋଗ ଦେଇଥିଲେ।ଲୋକଙ୍କ ସହ ମିଶି କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ନେତୃତ୍ୱଧିନ ସରକାରର ଜନହିତ କର ଯୋଜନା ସମ୍ପର୍କିତ ଯୋଜନା ଗୁଡିକ ଲୋକଙ୍କୁ ବୁଝାଇବା ପରେ ସକ୍ରିୟ ସଦସ୍ୟ କିପରି ଆପଣାଇବ ତାହା ଉପରେ ବିଜେପିର ଶ୍ରୀ ସାହୁ ସାଧାରଣ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଅଭିଯାନ ପ୍ରସ୍ତୁତ ହୋଇଛି ।ରାଜ୍ୟ ସରକାରଙ୍କ ଦ୍ଵାରା ହୋଇଥିବା ସୁଭଦ୍ରା ଯୋଜନା କିପରି ମହିଳା ମାନେ ଲାଭ ଦାୟକ ହୋଇପାରେ ସେହି ଉପରେ ଶ୍ରୀ ସାବତ ମହିଳା ମାନଙ୍କୁ ବୁଝାଇ ଥିଲି। ଏହି ବୈଠକରେ ସୁନୀଲ ପାତ୍ର, ଅମର ଦାସ, ବିକାଶ ପାତ୍ର ଙ୍କ ସମେତ ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହିଆସିଥିଲେ।

Post a Comment

Previous Post Next Post