ଇଣ୍ଡିଆନ ବ୍ଯାଙ୍କରେ ଜମୁଛି ଗ୍ରାହକଙ୍କ ଅସମ୍ଭାଳ ଭିଡ , ସିଙ୍ଗଲ୍ କାଉଣ୍ଟର ଯୋଗୁଁ ବରିଷ୍ଠ ନାଗରିକ ହଟହଟା , ପ୍ରତିକାର ଦାବି

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବାଲିପଦର :ମୋ ନିୟୁଜ ଓଡିଶା ସ୍ଥାନୀୟ ଇଣ୍ଡିଆନ ବ୍ଯାଙ୍କର ବହୁଳ ଗ୍ରାହକଙ୍କ ସତ୍ତ୍ୱେ ସିଙ୍ଗଲ୍ କାଉଣ୍ଟର ଯୋଗୁଁ ଲୋକେ ଟଙ୍କା ଜମା କିମ୍ବା ଉଠାଣ ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ବରିଷ୍ଠ ନାଗରିକମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ବୁଗୁଡାର ଅନ୍ଯାନ୍ଯ ବ୍ଯାଙ୍କଗୁଡିକ ତୁଳନାରେ ଇଣ୍ଡିଆନ ବ୍ଯାଙ୍କରେ ଲୋକଙ୍କ ଗହଳି ଅଧିକ ହେଉଥିବାରୁ ଦୀର୍ଘ ସମୟ ଧରି ଧାଡିରେ ଛିଡା ହେବାକୁ ପଡୁଛି । ବ୍ଯାଙ୍କ କାର୍ଯ୍ୟରେ ବିଳମ୍ବତା ହେତୁ ପ୍ରତିଦିନ ବ୍ଯାଙ୍କ ଖୋଲିବା ପୂର୍ବରୁ ବିଭିନ୍ନ ଗ୍ରୁପର ମହିଳାମାନଙ୍କ ଗହଳି ଦେଖିବାକୁ ମିଳୁଛି । ବିଶେଷ କରି ଛୁଟି ଦିନର ପରବର୍ତ୍ତୀ ଦିନ ଏଭଳି ଗହଳି ଜମୁଛି ଯେ ସେଠାରେ ବସିବା ତ ଦୂରର କଥା, ଠିଆ ହେବାକୁ ମଧ୍ୟ କାଠିକର ପାଠ ହେଉଥିବାରୁ ବୟସ୍କ ତଥା ବରିଷ୍ଠ ନାଗରିକଙ୍କ ଅବସ୍ଥା ଦହନୀୟ ହୋଇପଡୁଛି । ଅନ୍ୟପକ୍ଷରେ ବ୍ଯାଙ୍କ ଖୋଲିବାର କିଛି ସମୟ ପରେ ପହଞ୍ଚିଲେ କାମ ଶେଷ କରି ବିରକ୍ତରେ ଫେରିବା ବେଳକୁ ଓଳିଏ ବିତିଯାଉଛି । ତେଣୁ , ସିଙ୍ଗଲ୍ କାଉଣ୍ଟରରେ କାମ ନଚଳାଇ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ କୌଣସି ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ଏ ନେଇ ଇଣ୍ଡିଆନ ବ୍ଯାଙ୍କ ଶାଖା ପରିଚାଳକ ଆର୍. ଆନନ୍ଦ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ , ଗ୍ରାମାଞ୍ଚଳରେ ରହିଥିବା ବ୍ଯାଙ୍କିଙ୍ଗ ସେବା ସଂସ୍ଥା ଗୁଡିକରେ ଗ୍ରାହକଙ୍କ ନିମନ୍ତେ ଟଙ୍କା ଜମା ଓ ଉଠାଣର ବ୍ୟବସ୍ଥା ରହିଥିଲେ ହେଁ ଲୋକେ ସଚେତନତାର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ସେଠାକୁ ନଯାଇ ବୁଗୁଡା ବ୍ଯାଙ୍କକୁ ଆସୁଥିବାରୁ ଏଠାରେ ଭିଡ ଜମୁଛି । ବିଶେଷକରି ମାସର ପ୍ରଥମ ସପ୍ତାହରେ ଟିକେ ଭିଡ ହେଉଥିବା ବେଳେ ଗ୍ରାହକଙ୍କ ସୁବିଧା ପାଇଁ ବ୍ଯାଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ପାଇଁ ଯୋଜନା ହେଉଛି । ତେବେ ଗ୍ରାହକଙ୍କ ଗହଳିକୁ ଏଡାଇବା ସହ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଡବଲ୍ କାଉଣ୍ଟର ବ୍ଯବସ୍ଥା କରିବା ଜରୁରୀ ବୋଲି ଗ୍ରାହକଙ୍କ ମହଲରେ ମତ ପ୍ରକାଶ ପାଇଛି।

Post a Comment

Previous Post Next Post