(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ଆସିକା :ମୋ ନିୟୁଜ ଓଡିଶା ଆସିକା ଏନଏସି ରେ ଅବସ୍ଥିତ ସତ୍ୟନାରାୟଣ ମନ୍ଦିର ପରିଶରରେ ଆଜି ପଞ୍ଚମ ମୂଳ ଜଗତ ଗୁରୁ ୧୦୦୮ଶ୍ରୀ କ୍ରୀପାଲୁ ଜୀ ମହା ପ୍ରଭୁଙ୍କ ମୁଖ୍ୟ ପ୍ରଚାରିକା ପରମ ପୂଜନୀୟା ରାସେଶ୍ୱରୀ ଦେବୀ ଜୀ ଙ୍କ ବିଲକ୍ଷଣ ଦାର୍ଶନିକ ପ୍ରବଚନ ଏଲଈଡି ମାଧ୍ୟମରେ ଆରମ୍ଭ ହୋଈଯାଈଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଆସିକା ବିଧାୟକ ସରୋଜ କୁମାର ପାଢୀ, ଆସିକା ତହସିଲଦାର ଅନିତା ପ୍ରିୟଦର୍ଶିନୀ, ଆସିକା ଏନ୍ଏସି ଅଧ୍ୟକ୍ଷା ବିଜେତା ସ୍ଵାଇଁ, ବରିଷ୍ଠ ସମାଜ ସେବୀ ବଂଶୀଧର ନାହାକ,ସମାଜ ସେବୀ ସତ୍ୟନାରାୟଣ ସ୍ଵାଇଁ, ଦ୍ଵୀପ ପ୍ରଜ୍ଜ୍ୱଳନ କରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଆଗକୁ ନେବାରେ ସାହାଯ୍ୟ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ଆସିକା ବ୍ରଜ ଗୋପିକା ସେବା ମିଶନ ର ସଭାପତି ବି.ଦୀନବନ୍ଧୁ ପାତ୍ର ଓ ବ୍ରଜ ଗୋପିକା ସେବା ମିଶନ ଆଶ୍ରମରୁ ଆସିଥିବା ନିତୀଶ ଭାଇଙ୍କ ସଂଯୋଗ ରେ ପରିଚାଳିତ କରିଥିଲେ। ପ୍ରବଚନ ର ମୁଖ୍ୟ ଉଦେଶ୍ୟ ହେଲା ସନାତନ ବୈଦିକ ଧର୍ମ କୁ କିପରି ବଜାୟ ରଖିବା ଆଜିର ଯୁବ ପିଡି ମାନେ କାହିଁକି ବିପଥ ଗାମି ହୋଈ ଯାଉ ଛନ୍ତି । ଏହି ସବୁ ବିଷୟକୁ ଅତି ସରଳ ସୁନ୍ଧର ଭାବରେ ଗୋଟି ଗୋଟି କରି ପ୍ରବଚନ ମାଧ୍ୟମରେ ଦେବୀ ଜୀ ଶ୍ରଦ୍ଧାଳୁ ମାନଙ୍କୁ ଭଜନ କୀର୍ତ୍ତନ ମାଧ୍ୟମରେ ବୁଝାଉଥିଲେ। ଆସିକା ବ୍ରଜ ଗୋପିକା ସେବା ମିଶନ ପକ୍ଷରୁ ଆୟୋଜିତ ହୋଈଥିବା କାର୍ଯ୍ୟକ୍ରମ ୨୦ ତାରିଖ ଠାରୁ ଆରମ୍ଭ ହୋଈ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ସୁଚାରୁ ଭାବେ ପରିଚାଳନା କରିଥିଲେ ଆସିକା ବ୍ରଜ ଗୋପିକା ସେବା ମିଶନ ର ରମେଶ ଚନ୍ଦ୍ର ତ୍ରୀପାଠୀ,ମଙ୍ଗୁଳୁ ସ୍ଵାଇଁ, ଆଇନଜୀବି ତଥା ସାମ୍ବାଦିକ ଅନୀଲ କୁମାର ପାଣିଗ୍ରାହୀ, ଅମିତା ମିଶ୍ର, ମନୋରମା ପାତ୍ର,ଏମ,ଶାରଦା,କେ.ବେଣୁ,ପ୍ରତୀମା ପଟ୍ଟନାୟକ,ପ୍ରମିଳା ବେହେରା, ବସନ୍ତ ମହାରଣା,ମୁରଳୀ ଭାଈ, ଅଭିମନ୍ୟୁ ସେଠୀ, ସୂର୍ଯ୍ୟ ମଣି ପାତ୍ର,ଧୋବା ଗୈାଡ, ରବିନ୍ଦ୍ର କୁମାର ସାହୁ,ରୀନା ସାହୁ,କୋଟେଶ୍ଵର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଏବଂ ସମସ୍ତ ସତସଙ୍ଗୀ ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସହଯୋଗ କରିଥିଲେ।


