(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କର 78ତମ ସାଧାରଣ ସଭା ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି | ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ଗଞ୍ଜାମ ଓ ଗଜପତି ସେବାରେ 108 ବର୍ଷ
ପୂର୍ତ୍ତି ହୋଇଯାଇଛି l ଏହି କାଯ୍ୟକ୍ରମରେ ବ୍ରହ୍ମପୁର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦର ସଭାପତି ଶିବରାମ ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ ଭରତ ଚନ୍ଦ୍ର ସାହୁ ବ୍ୟାଙ୍କ ର 2022-23ଏବଂ 2023-24ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ |
ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା | ଉତ୍ସବରେ ବ୍ୟାଙ୍କ ଉପସଭାନେତ୍ରୀ ଗୀତାଞ୍ଜଳି ପ୍ରଧାନ,ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟ ସମୀକ୍ଷକ ଦୁର୍ଗା ପ୍ରସାଦ ଦାଶ, ନାବାର୍ଡ ଡି ଡି ଏମ ସଂଜୀବ ମିଶ୍ର, ଛତ୍ରପୁର ଏଆରସିଏସ ଯୋଗମାୟା ସାବତ, ବ୍ରହ୍ମପୁର ଏଆରସିଏସ ପର୍ଶୁରାମ ପାତ୍ର, ବୟନ ଶିଳ୍ପର ନିର୍ଦେଶକା ଏବଂ ବ୍ୟାଙ୍କ ର ସମସ୍ତ ନିର୍ଦେଶକ ତଥା ବିଷ୍ନୁପ୍ରିୟା ନାୟକ, ରାମ ମୋହନ ପଣ୍ଡା, ପ୍ରଶାନ୍ତ କୁମାର ନାୟକ, ପୀତବାସ ଭୂୟାଁ, କୁରି କୁମାରୀ ଦାସ, ବାବୁ ନାୟକ, ଦୁର୍ଯ୍ୟୋଧନ ପରିଡା,ବି ଧନଞ୍ଜୟାଲୁ,ପି ଦିଲେଶ୍ଵର ରାଓ, କେ କିରଣ କୁମାର, ସୁଷମା ବେହେରା, ଡି ସଂଜୀବ ରାଓ, ଭବାନୀ ଶଙ୍କର ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ | ଏହି ସଭାରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମାନେ ଆଲୋଚନାରେ ଭାଗ ନେଇ ନିଜ ନିଜର ମତାମତ ଦେଇ କହିଥିଲେ କୃଷକଙ୍କ ଉନ୍ନତି କରିବା ଓ ଧନଚାଷ ଉପରେ ଚାଷୀଙ୍କୁ ଆଗାମୀଦିନରେ କିପରି ଉନ୍ନତି କରିବା ସେ ସବୁ ବୁଝାଇ କହିବା ସହ ଉପସ୍ଥାପନା କରିଥିଲେ | ବ୍ୟାଙ୍କର ଆର୍ଥିକ ବଜେଟକୁ ସର୍ବସମ୍ମତିରେ ଅନୁମୋଦନ କରାଯାଇଥିଲା | ଚଳିତ ବର୍ଷ ଲାଭ କରି ଥିବା 4ଟି ସମବାୟ ସମିତିକୁ ପୁରସ୍କୃତ କରାଯାଇଥିଲା |ସଭାକୁ ବ୍ୟାଙ୍କ କର୍ମଚାରୀ ମାନେ ପରିଚାଳନା କରିଥିଲେ |


