ବିଜେଡି ଛାଡି ବିଜେପିରେ ଯୋଗଦେଲେ ୱାର୍ଡ ସଭ୍ୟ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ସାନକୋଦଣ୍ଡା ପଞ୍ଚାୟତର ଜଣେ ୱାର୍ଡ ସଭ୍ୟ ଓ ୱାର୍ଡ ସଭ୍ୟଙ୍କ ପ୍ରତିନିଧି ସମେତ ୧୫ରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଶନିବାର ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଉପସ୍ଥିତିରେ ସାନକୋଦଣ୍ଡା ପଞ୍ଚାୟତର ୬ ନମ୍ବର ୱାର୍ଡ ମେମ୍ବର ପ୍ରତାପ ବିଷୋୟୀ, ୭ ନମ୍ବର ୱାର୍ଡ ସଭ୍ୟଙ୍କ ପ୍ରତିନିଧି ରାମକୃଷ୍ଣ ଗୌଡ, ଶିବରାମ ଗୌଡ, କୈଳାସ ଚନ୍ଦ୍ର ଗୌଡ, ପିଣ୍ଟୁ ସ୍ୱାଇଁ, ଶରତ ଗୌଡ, ଯଜ୍ଞ ବିଷୋୟୀ, ରମେଶ ସେଠୀ, ରଞ୍ଜନ ଗୌଡ, ପ୍ରକାଶ ଗୌଡ, ସାଗର ବିଷୋୟୀ, ବସନ୍ତ ବିଷୋୟୀ, ପୁରଷୋତ୍ତମ ପ୍ରଧାନ, ଗୋବିନ୍ଦ ସେଠୀ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ସମସ୍ତଙ୍କୁ ବିଧାୟକ ଶ୍ରୀ ନାୟକ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି। ଆଗାମୀ ଦିନରେ ସାନକୋଦଣ୍ଡା ପଞ୍ଚାୟତ ସମେତ ଭଞ୍ଜନଗର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି କରାଯିବ। ମିଶ୍ରଣ ପର୍ବରେ ବିଧାୟକ ଶ୍ରୀ ନାୟକଙ୍କ ସମେତ ମୁଜାଗଡ ମଣ୍ଡଳ ସଭାପତି ଧୋବା ଗୌଡ, ସାନକୋଦଣ୍ଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ କୁମାର ନାୟକ, ୱାର୍ଡ ସଭ୍ୟ ଗୁରୁମୁର୍ତ୍ତି ପ୍ରଧାନ, ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ନିଳମାଧବ ପାତ୍ର, ଘୁମୁସର ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ରବିନ୍ଦ୍ର କୁମାର ଗୌଡଙ୍କ ସମେତ ଗୋବିନ୍ଦ ଗୌଡ ଉପସ୍ଥିତ ଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post