ଭଞ୍ଜନଗର:ମୋ ନିୟୁଜ ଓଡିଶା ଅଗ୍ରପୂଜ୍ୟ, ବିଘ୍ନ ବିନାଶକ ଗଣପତିଙ୍କ ପୂଜା ଭଞ୍ଜନଗରର ସର୍ବ ପୁରାତନ ସମ୍ବାଦିକ ସଂଘ ତଥା ପ୍ରେସ କ୍ଲବ ଠାରେ ଧୁମଧାମରେ ପାଳନ ହୋଇଛି। ଦୀର୍ଘ ୧୦୦ ବର୍ଷ ପରେ ଏହି ପୁଣ୍ୟ ଗଣେଶଙ୍କ ପୂଜା ସ୍ୱତନ୍ତ୍ର ତିଥିରେ ଆୟୋଜିତ ହେଉଥିବା ଯୋଗୁଁ ପ୍ରେସ କ୍ଲବ ସଦସ୍ୟଙ୍କ ଆପ୍ରାଣ ଚେଷ୍ଟା ଓ ସହଯୋଗରେ ଏହାକୁ ସମାପନ କରାଯାଇଥିଲା। ଏହି ପୂଜାକୁ ବରିଷ୍ଠ ସମ୍ବାଦିକ ଶ୍ରୀଯୁକ୍ତ ଲୋକନାଥ କର ମନ୍ତ୍ର ତସ୍ତ୍ର ଓ ହୋମ ଦ୍ୱାର ଭଗବାନ ଶ୍ରୀ ଗଣେଶକୁ ଆବାହନ କରିଥିଲେ ଓ ଯୁବ ସାମ୍ବାଦିକ ଶ୍ରୀଯୁକ୍ତ ପୁରୁଷୋତ୍ତମ ମହାପାତ୍ର ପୌରହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ସମ୍ରାଟ ମିଡ଼ିଆ କ୍ଲବ ସଭପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସହ ଉତ୍କଳ ସମ୍ବାଦିକ ସଙ୍ଘ ସଭାପତି ଅମରେନ୍ଦ୍ର ପଟ୍ଟନାୟକ ଓ ବହୁ ବରିଷ୍ଠ ତଥା ଯୁବ ସମ୍ବାଦିକ ପୂଜାରେ ଅନୁଷ୍ଠିତ ଯଜ୍ଞରେ ଘୃତ ଆହୁତି ଦେଇଥିଲେ। ଏହା ବ୍ୟତୀତ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ସାହୁ, ନଚିକେତା ପ୍ରଧାନ, ନିଲୁ ବିଶୋଇ, ମନୋଜ ଗୌଡ଼, ରଞ୍ଜିତ ଜେନା, ବିଶ୍ୱମ୍ବର ଜେନା, ସନ୍ତୋଷ ଜେନା, ରାଜେଶ ପଣ୍ଡା, ଧନଞ୍ଜୟ ପଟ୍ଟନାୟକ, ଲୋକନାଥ, ନବ ବିଶୋଇ, ସୁନିଲ ଗୌଡ଼, ସୁଶାନ୍ତ ନାୟକ, ଆଶିଷ ଗୌଡ଼, ରଞ୍ଜନ ବେହେରା, ବିରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଦିନ ପରେ ଭଞ୍ଜନଗର ପ୍ରେସ କ୍ଲବ ଠାରେ ଗଣେଶଙ୍କ ପୂଜା ହୋଇନଥିଲା କିନ୍ତୁ କିଛି ଯୁବ ସାମ୍ବାଦିକଙ୍କ ଚେଷ୍ଟା ଯୋଗୁଁ ପୁଣି ପୂଜା ଆୟୋଜନ ହୋଇଥିବା ଯୋଗୁଁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ସମ୍ବାଦିକ ମାନେ କିପରି ନିଜର କର୍ତ୍ତବ୍ୟ ଠିକରେ କରିବା ସହ କିପରି ସମସ୍ତେ ଏକ ମନ ହୋଇ ଚାଲିବେ ସେଥିପାଇଁ ଗଜାନନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


