ମୋ ନିୟୁଜ ଓଡିଶା କୋଦଳା ହନୁମାନ ମନ୍ଦିର ଠାରେ ବହୁ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳର ସାମ୍ବାଦିକ ମାନଙ୍କ ସମାସ୍ଯାକୁ ନେଇ ଆଲୋଚନା କରାଯିବା ପରେ ବେଗୁନିଆପଡ଼ା ସାମ୍ବାଦିକ ସଂଘ ନାମରେ ଏକ ସଂଘ ଗଠିତ ହୋଇ ଯାଇଛି। ୧୬ ଜଣ ସାମ୍ବାଦିକଙ୍କୁ ନେଇ ନବ ଗଠିତ ଉକ୍ତ ସଂଘରେ ସର୍ବ ସମ୍ମତି କ୍ରମେ ବିଜୟ କୁମାର ନାୟକଙ୍କୁ ସଭାପତି, ପବିତ୍ର କୁମାର ରାଉତଙ୍କୁ ସଂପାଦକ, କୃଷ୍ଣ ଚନ୍ଦ୍ର ପଲେଇ ଉପ ସଭାପତି, ସହ ସଂପାଦକ ଭାବେ ଦେବାଶିଷ ମହାରଣା ଓ କୋଷାଧ୍ୟକ୍ଷ ଭାବେ ଜୟ କୃଷ୍ଣ ମାଝୀଙ୍କୁ ମନୋନୀତ କରାଯାଇଛି। ଏତଦବ୍ୟତୀତ ଉପଦେଷ୍ଟା ଭାବେ ସୁଶାନ୍ତ କୁମାର ପଟ୍ଟନାୟକ, ଦେବେନ୍ଦ୍ର ମହାରଣା ଓ ଗଣେଷ ଡାକୁଆଙ୍କୁ ରଖା ଯାଇଛି। ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ସମାସ୍ଯାକୁ ନେଇ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Tags:
ଆଞ୍ଚଳିକ


