ମୋହନା ଶିଶୁ ବିକାଶ ପକ୍ଷରୁ ପୋଷଣ ମାହ ବୈଠକ ଅନୁଷ୍ଠିତ ।

 


ଆର,ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-:                   ଗଜପତି ଜିଲ୍ଲା ମୋହନା ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୋଷଣ ମାହ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ବିକାଶ ବିଭାଗ ଯେଉଁ କାର୍ଯ୍ୟକ୍ରମ କରୁଛି ତାହା ଆଗାମୀ ଭବିଷ୍ୟତ ସହ ଶିଶୁ ଏବଂ ମହିଳା ମାନଙ୍କ ଶାରୀରିକ ଅଭିବୃଦ୍ଧି ସହ ଶିଶୁ ଓ ମାଁ ମାନଙ୍କ ମୃତ୍ୟୁ ହାର କମିବା ସହ ଅପପୃଷ୍ଟି ରୋକିବାରେ ସହାୟକ ହେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ପ୍ରକାଶ କରିବା ସହ ଅଙ୍ଗନୱାଡ଼ି କର୍ମୀ ଏବଂ ଅଧିକାରୀ ମାନେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ଉପଦେଶ ଦେଇଥିଲେ। ଏହି ବୈଠକରେ ବିଡିଓ ରାଜୀବ ଦାସ, ଜିଲ୍ଲା ଶିଶୁ ବିକାଶ ବିଭାଗ ଅଧିକାରୀ, ସିଡ଼ିପିଓ ସବିତା ପଟ୍ଟନାୟକ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ସ୍ଵେଚ୍ଛାସେବୀ ସଂସ୍ଥା, ବ୍ଲକ ଉପାଧ୍ୟକ୍ଷା ବାଲ୍ମିନା ଅଧିକାରୀ ଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ପୋଷଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Post a Comment

Previous Post Next Post