ଭଞ୍ଜନଗର:ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାପ୍ରଶାସନ ସହାୟତାରେ ସୋରଡା ପଞ୍ଚାୟତ ସମିତି ତରଫରୁ ବ୍ଲକ ସଭାଗୃହ ଠାରେ ଘୁମୁସରୀ ଗୋପାଳଙ୍କୁ ଆଦର୍ଶ ଗୁହାଳ କାର୍ଯ୍ୟଦେଶ ବଣ୍ଟନ ସମାରୋହକୁ ମାନ୍ୟବର ବିଧାୟକ ଶ୍ରୀ ନୀଳମଣି ବିଶୋୟୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଅଞ୍ଚଳର ଗୋମତା ଓ ଗୋପାଳଙ୍କର ସାମୁହିକ ବିକାଶ ପାଇଁ ମୋହନ ସରକାର ବଚନ ବଦ୍ଧ ଓ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗୋବଂଶ ଦେଶୀଗାଈ ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଆସୁଅଛି, ଦେଶ ଓ ରାଜ୍ୟର ସର୍ବ ଶ୍ରେଷ୍ଠ ଆମ ଘୁମୁସରୀ ଗାଈ ଯାହାର କ୍ଷୀରରେ ଏ୨ ପ୍ରୋଟିନ କ୍ଷୀର ସହ ଗୋବର ଓ ଗୋମୁତ୍ରରେ ବିଭିନ୍ନ ଔଷଧ୍ୟ ଗୁଣ ଥିବା ହେତୁ ଆୟୁର୍ବେଦ ଶିଳ୍ପ କ୍ଷେତ୍ରରେ ବହୁଳ ବ୍ଯବାହାର ଯୋଗୁ ବ୍ୟାପକ ବଜାର ରହିଅଛି ଯାହାକୁ ଚାଷୀଙ୍କ ରୋଜଗାର ଆୟ ଦୁଇଗୁଣ ହେବ ବୋଲି ସେ କହିଥିଲେ। ୟୁରିଆ ସାର ବଦଳରେ ଗୋବରକୁ ନଷ୍ଟନକରି ଜୈବିକ ଖେତି କରିବା, ଗୋବର ଗ୍ୟାସ, ଜିଆ, ଘାସ, ମକା ମାଛ ଚାଷ ମିଶ୍ରିତ ଚାଷ କରିବା ପାଇଁ ସେ ଗୁରୁତ୍ୱ ଦେଇଥିଲେ। ଏ ବିଷୟରେ ଆମ ଅଞ୍ଚଳ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ସହ ଆଲୋଚନା ହୋଇଅଛି, ତାଙ୍କର ଏମଏସଏମଇ ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବବର୍ଗକୁ ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବା ଓ ଦାଦନ ଶ୍ରମିକ ହ୍ରାସ କରିବା ପାଇଁ ଓଡିଶା ସରକାର ବଚନ ବଦ୍ଧ ବୋଲି ବିଧାୟକ କହି ୪୦ ଜଣ ଗୋପାଳ ଓ କୃଷକଙ୍କୁ ଗୁହାଳ କାର୍ଯ୍ୟଦେଶ ପ୍ରଦାନ କରି ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଇଏଏସ ଶ୍ରୀମତୀ ପ୍ରଣିତା ଦାସ ସଭାପତିତ୍ୱ କରିଥିଲେ। ପ୍ରଶାସନ ଅଧିକାରୀ ବିଜୟ କୁମାର ପ୍ରଧାନ ସଭାରେ ସ୍ୱାଗତ ଭାଷଣ ଓ ଘୁମୁସରୀ ଗୋପାଳ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ। ଗୋଷ୍ଟି ପ୍ରାଣୀ ଅଧିକାରୀ ଡାଃ ସତ୍ୟବିକ୍ରମ ତରାଇ, ଗୋପାଳପୁର ସରପଞ୍ଚ ଦେବରାଜ ମଳିକ, ଏପିଓ ବିନାୟକ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ। ସଭାରେ ଅଞ୍ଚଳର ବହୁ ସରପଞ୍ଚ, ସମିତିସଭ୍ୟ ଓ ଗୋପାଳ ଗୋପାଳିକା ଉପସ୍ଥିତି ଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା
Tags:
ଆଞ୍ଚଳିକ


