ଵେତରସିଂ ଗ୍ରାମ ପଞ୍ଚାୟତରେ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ।

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ  15/09/24 ରିଖ ରବିବାର ଦିବା 10 ଘ ସମୟରେ ବେତରସିଂ  ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତର ସମସ୍ତ ମହିଳା ମଣ୍ଡଳର ସଦସ୍ୟ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ସମାବେଶ ହୋଇ ସରପଞ୍ଚ ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ନେତୃତ୍ୱରେ ସରକାରଙ୍କ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ପଦଯାତ୍ରାରେ ପ୍ରାୟ ଶତାଧିକ ମହିଳା ଅଂଶ ଗ୍ରହଣ କରି ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ବେତରସିଂ   ଗ୍ରାମ ପରିକ୍ରମା କରିଥିଲେ | ସରକାରଙ୍କ ଏହି ସୁଭଦ୍ରା ଯୋଜନା ଜନସାଧାରଣଙ୍କ ନିକଟରେ ଯେଉଁଭଳି ପହଂଚିପାରିବ ଓ ଏହାର ସୁଫଳ ଲୋକମାନେ କିଭଳି ପାଇବେ ସେଥିପାଇଁ ଏହି ପଦଯାତ୍ରାର ମୂଳ ଉଦ୍ୟେଶ ବୋଲି ଗ୍ରାମ ପଞ୍ଚାୟତ ଅଧିକାରୀଣୀ ଵା ପିଇଓ  ମିନତି  ମିଶ୍ର  ପ୍ରକାଶ କରିଥିଲେ |

Post a Comment

Previous Post Next Post