ସୁଭଦ୍ରା ଯୋଜନାରେ ଆଧାର ଲିଙ୍କ ନେଇ ପ୍ରବଳ ଭିଡ, ଆଧାର କାର୍ଡ ମୋବାଇଲ ନମ୍ବର ସଂଯୋଗ କରିବାକୁ ସରକାରୀ ଅଧିକ ନେବାର ଅଭିଯୋଗ

  


     ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ) ଆର,ଉଦୟଗିରି ସହରରେ ଗତ କାଲି ଠାରୁ ସମସ୍ତ ଆଙ୍ଗନବାଡି କେନ୍ଦ୍ର ମାନଙ୍କରେ ସୁଭଦ୍ରା ଯୋଜନା ପାଇଁ ମାଗଣାରେ ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି। କିନ୍ତୁ ଏହା ଆବେଦନ କରିବାପାଇଁ ଆଧାରକାର୍ଡରେ ମୋବାଇଲ ନମ୍ବର ଲିଙ୍କ ବାଧ୍ୟତାମୂଳକ ହୋଇଥିବା ଯୋଗୁଁ ସହରର ପ୍ରତ୍ୟେକ ଆଧାର କେନ୍ଦ୍ରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମହିଳାମାନଙ୍କ ଭିଡ ଦେଖିବାକୁ ମିଳୁଛି। ଏଠାରେ ଥିବା ଆଧାରକାର୍ଡ ଜନସେବା କେନ୍ଦ୍ର ଓ ମୋସେବା କେନ୍ଦ୍ରକୁ ମିଳିଥିବା କେନ୍ଦ୍ର ଗୁଡିକ ଆଧାରକାର୍ଡରେ ମୋବାଇଲ୍ ସଂଯୋଗ କରିବାକୁ ହେଲେ ଲୋକଙ୍କ ଠାରୁ ସରକାରଙ୍କ ଧାର୍ଯ୍ୟ ଦରଠାରୁ ଚଢାଦରରେ ନେଉଥିବା ଅଭିଯୋଗ ହେଉଛି । ପିଲାମାନଙ୍କର ଆଧାରକାର୍ଡ କରିବାକୁ ସରକାରଙ୍କ ବିନାଟଙ୍କା କରିବା ବଦଳରେ ପାଇଥିବା ଜନସେବା କେନ୍ଦ୍ର ଓ ମୋସେବା କେନ୍ଦ୍ର ବିନା ଟଙ୍କା ନ ଦେଲେ କରାଯାଉନି ବୋଲି ଅଭିଯୋଗ ହେଉଛି । ଏହି ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପ୍ରଶାସନ କାହିଁକି କାର୍ଯ୍ୟଅନୁଷ୍ଠା ନେଇପାରୁ ନାହାନ୍ତି ସାଧାରଣରେ ପ୍ରଶ୍ନ ହେଉଛି ଏହି ସମସ୍ତ ବିଷୟ  ବିଜେପି ସରକାର କାହିଁକି କାର୍ଯ୍ୟଅନୁଷ୍ଠାନ ନ ନେବାରେ ଅସମଥ ହେଉଛନ୍ତି ଏହାକୁ ସାଧାରଣରେ ପ୍ରଶ୍ନ ହେଉଛି ।

Post a Comment

Previous Post Next Post