ଭଞ୍ଜନଗର :ମୋ ନିୟୁଜ ଓଡିଶା ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୁଜାଗଡ଼ ଠାରେ ଜୋନ- ୧ ର ସବଜୋନ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟ ଅଧ୍ୟକ୍ଷା ବୈଜନ୍ତିମାଳା ପ୍ରିୟଦର୍ଶିନୀଙ୍କ ସଭାପତିତ୍ୱରେ ଏହାର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା ସନ୍ତୋଷ କୁମାର ଜେନା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜୁଳନ ସହ କ୍ରୀଡା ପତାକାକୁ ଉତ୍ତୋଳନ କରି କ୍ରୀଡ଼ାବିତଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସହ-ଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠି, ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କେଦାରନାଥ ସେଠି, କାଳିଚରଣ ପରିଡା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର ନାଥ ପାଳ, ପ୍ରଶାନ୍ତ କୁମାର ପ୍ରଧାନ ଅତିଥିଭାବେ ଯୋଗଦେଇ କ୍ରୀଡାର ଉପଯୋଗୀତା, ଶିକ୍ଷା ସହ କ୍ରୀଡାର ସମ୍ପର୍କ, ଭାଇଚାରାର ପରମ୍ପରା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାରେ ଦୌଡ଼, ସଟପୁଟ, ଡିସ୍କସ, ଜାଭଲିନ, ଉଚ୍ଚା, ଲମ୍ବା ଡିଆଁ, ଖୋକ, କବାଡି ଓ ଯୋଗାସନ ହୋଇ ବ୍ଲକସ୍ତରକୁ ଚୟନ କରାଯାଇଥିଲା। ଏଥିରେ ୮ ଟି କ୍ଲଷ୍ଟରରୁ ୧୭୨ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୧୫ ଟି ଉଚ୍ଚ ବିଦ୍ୟାଳୟ, ୨୫ ଟି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ମୋହନ ସାହୁ, ଦୁତିକୃଷ୍ଣ ଲେଙ୍କା, ବିଭୂପ୍ରସାଦ ମହାପାତ୍ର, ସୁଲଗ୍ନା ସୁଆର ଓ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କ୍ରୀଡା ଶିକ୍ଷକ, ଶିକ୍ଷୟିତ୍ରୀ କ୍ରୀଡା ପରିଚାଳନା କରିଥିଲେ। ବରିଷ୍ଠ କ୍ରୀଡାଶିକ୍ଷକ ପ୍ରଶାନ୍ତ କୁମାର ଦାସ, ମୋଚିରାମ ରଣସିଂହ, ସୁବାସ ଚନ୍ଦ୍ର ଗୌଡ଼ ଓ ପ୍ରବୀଣ କୁମାର ଖାଡ଼ଙ୍ଗା ପର୍ଯ୍ୟବକ୍ଷକଭାବେ ଯୋଗଦେଇ ସମସ୍ତ କ୍ରୀଡାର ତତ୍ୱାବଧାନ କରିଥିଲେ। କାର୍ଯ୍ୟକ୍ରମରେ ପୁରାତନ ଛାତ୍ର, ଅଭିଭାବକ, ବୁଦ୍ଧିଜୀବୀ ସହଯୋଗ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


