ଗଣେଶ ପୂଜା ଉପଲକ୍ଷେ ମଞ୍ଚସ୍ଥ ସାମାଜିକ ନାଟକ ଆସିଛି ଏକ ଯିବି ମୁଁ ଏକା

 


ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ମୋହନପୁର ସାହିରେ ପବିତ୍ର ଗଣେଷ ଉପଲକ୍ଷେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଯୁବ ନାଟ୍ୟ ସଂସଦର 12 ତମ ଅବଦାନ ରେ ମଞ୍ଚସ୍ଥ ସାମାଜିକ ନାଟକ ଆସିଛି ଏକା ଯିବି ମୁଁ ଏକା କୁ ଉଦଘାଟନ କଲେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା । ଏଥିରେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ ଆସିକା ସମବାୟ ନିର୍ଦେଶକ ହୃଷିକେଶ ମେହେଣା , ସମାଜସେବୀ ମହେଶ୍ୱର ବରାଡ଼,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ବାରିକ,ସମିତି ସଭ୍ୟ ସନ୍ତୋଷ କୁମାର ସାହୁଙ୍କ ସମେତ ଅନେକ ସରପଞ୍ଚ ସମିତି ସଭ୍ୟ  ଓ ସମାଜସେବୀ ଉପସ୍ଥିତ ରହି ଥିଲେ।ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଏ ଭଳି  ମଞ୍ଚସ୍ଥ ହୋଇ ଥିବା ସାମାଜିକ ନାଟକ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଵା ସହ ନାଟକ ଦ୍ୱାରା ସାମାଜିକ ବନ୍ଧନ, ଭାତୃତ୍ୱ ଓ ଏକତା ସୃଷ୍ଟି କରିଥାଏ ବୋଲି  କହିଥିଲେ  ।ଏଥିସହ  କଳାକାର ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଏହି ନାଟକକୁ ରବୀନ୍ଦ୍ର କୁମାର ମହାରଣା ନିର୍ଦେଶନା ଦେଇଥିବା ବେଳେ ସହ ନିର୍ଦେଶକ ହରିହର ସ୍ୱାଇଁ ନିର୍ଦେଶନା ଦେଇଥିଲେ, ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ ।


Post a Comment

Previous Post Next Post