ସାବିତ୍ରୀ ମହିଳା ମହବିଦ୍ୟାଳୟରେ ସପ୍ତାହବ୍ୟାପୀ ଜାତୀୟ ସେବା ଯୋଜନା

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଜାତୀୟଚାରା ରୋପଣ କାର୍ଯ୍ୟକ୍ରମ ଚାଲୁରହିଥିଲା ଆଜି ଉଦଯାପନୀ ସମାରୋହରେ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଏ.ସି.ଏଫ୍‍ ପ୍ରଦୀପ ବେହେରା ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ପ୍ରକୃତି ସହ ଜଡ଼ିତ ରହିବା ପାଇଁ ଉଦବୋଧନ ଦେଇଥିଲେ। ଅର୍ଥନୀତି ଅଧ୍ୟାପିକା ପୁଷ୍ପାଞ୍ଜଳି ପଟ୍ଟାନାୟକ ମଞ୍ଚ ପରିଚାଳନା କରିବା ସହିତ ସୁସ୍ଥ ପରିବେଶ ଗଠନ ପାଇଁ ଉପଦେଶ ଦେଇଥିଲେ। ମହାବିଦ୍ୟାଳୟର ଏହି ପରି ସଫଳତା ଲାଭ କରୁଥାଉ ବୋଲି କହିଥିଲେ। କାର୍ଯକ୍ରମର ସଂଯୋଜିକା ଜୟଲକ୍ଷ୍ମୀ ରଥ ସ୍ୱେଚ୍ଛାସେବିନୀମାନଙ୍କୁ ଜୀବନରେ ପ୍ରକୃତିର ମହତ୍ତ୍ୱ ଏବଂ ଏକାଠି ହୋଇ ଆଗକୁ ବଢ଼ିବାକୁ ଉପଦେଶ ଦେଇଥିଲେ। ପରେ ସ୍ୱେଚ୍ଛାସେବୀ ଛାତ୍ରୀ ସ୍ୱେତସ୍ମିନି ପଣ୍ଡା ଓ ସ୍ମୃତି ରେଖା କର ନିଜର ଅନୁଭୂତି କହିଥିଲେ। ସ୍ୱେତସ୍ମିନି ପଣ୍ଡା, ରଶ୍ମିତା ଗୌଡ଼ ଏବଂ ସୋନାଲି ପାତ୍ର ନିଜ ନିଜ ଗ୍ରୁପ ପାଇଁ ସମ୍ମାନ ପାଇଥିଲେ। ଶେଷରେ ପ୍ରେମଚାନ୍ଦ ମଲ୍ଲିକ କାର୍ଯ୍ୟକ୍ରମ ସଫଳତା ଓ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗ ପାଇଁ ଧନ୍ୟବାଦ୍ ଅର୍ପଣ କରିକରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post