ଖରିଫ ଧାନ ସଂଗ୍ରହ ନେଇ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ,

 


( ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର : ମୋ ନିୟୁଜ ଓଡିଶା କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଓଡିଶା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ଓ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାର ସରଳୀକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଏକ କୋଟି ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ସୁବିଧା ପାଇଁ ମଣ୍ଡିରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ସଂଗୃହିତ ଧାନକୁ ସୁରକ୍ଷିତ ରଖିବା ନିମନ୍ତେ ପର୍ଯ୍ୟାପ୍ତ ଗୋଦାମ ଗୃହ ନିର୍ମାଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କୃଷକ ମାନଙ୍କ ସର୍ବାଧିକ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ସଂପ୍ରତି ରାଜ୍ୟରେ ୬୮ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦନ ହେଉଛି l 

ଧାନ ମଣ୍ଡିକୁ ଯିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାର ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଉଛି । ଏହି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ମଣ୍ଡିରେ ଧାନ ସଂଗ୍ରହରେ ବାୟୋମେଟି୍ରକ୍‌ ପଦ୍ଧତି ଓ ଆଧାର ସଂଯୋଗୀକରଣ ବ୍ୟବସ୍ଥା ହୋଇଛି ।

ଇ-ବାହନ ଆପ୍‌ ଯୋଗେ ଧାନସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍‌ ସହାୟତାରେ ଟ୍ରାକିଂ କରାଯିବ । ଏହା ଦ୍ୱାରା ମଧ୍ୟସ୍ଥି ଓ ଦଲାଲଙ୍କ ଦୌରାତ୍ମ୍ୟ କମିବ । ଧାନସଂଗ୍ରହ ସମୟରେ ଧାନର ଗୁଣବତ୍ତା ଯାଞ୍ଚ କରିବା ପାଇଁ ‘ଅଟୋମେଟିକ୍‌ ଗ୍ରେନ୍‌ ଆନାଲାଇଜର’ର ବ୍ୟବସ୍ଥା ରହିବ । ଏହାର ପ୍ରକ୍ରିୟାକରଣ ସମୟରେ କୃଷି ଓ କୃଷକ ସଶକ୍ତିକରଣ ,ଖାଦ୍ୟ ଯୋଗାଣ , ପଞ୍ଚାୟତିରାଜ, ରାଜସ୍ୱ ଆଦି ବିଭାଗର ଅଧିକାରୀମାନେ ଜିଲ୍ଲାମାନଙ୍କୁ ଯାଇ କ୍ଷେତ୍ର ସ୍ତରରେ ପ୍ରତ୍ୟକ୍ଷ ଯାଞ୍ଚ କରିବେ ଏବଂ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପିପିପି ମୋଡ଼୍‌ରେ ଗୋଦାମ ଗୃହ ନିର୍ମାଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ  ପ୍ରଦୀପ ବଳସାମନ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ  ରବି ନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ  ନିକୁଞ୍ଜ ବିହାରୀ ଧଳ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର  ଦେଓ ରଞ୍ଜନ କୁମାର ସିଂହଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post