ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଗଜପତି  ମୋ ନିୟୁଜ ଓଡିଶା (ମନୋଜ  କୁମାର ପାଢୀ:୧୭/୯ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଆଦକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ମାନ୍ୟବର ବିଧାୟକ ମୋହନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା, ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ, ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ପ୍ରମୁଖ ମଞ୍ଚାସିନ ଥିଲେଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରଯାଇଥିଲା । ପରେ ହିତାଧିକାରୀମାନେ ସୁଭଦ୍ରା ବିଷୟରେ ଅନ୍ୟମାନଙ୍କୁ ସଚେତନତା ସୃଷ୍ଟି କରିଥିଲେ। ସୁଭଦ୍ରା ଯୋଜନାର ଆର୍ଥିକ ସହାୟତା ରାଶି ପାଇଁ ବହୁତ ଖୁସି ବ୍ୟକ୍ତ ହୋଇଥିଲେ।ଏହି ଅବସରରେ ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ କାର୍ଯ୍ୟାଦେଶ ବଣ୍ଟନ ୧୪୦୧ ଜଣଙ୍କୁ ଦିଆଯାଇଛି ଓ ସେଥମଧ୍ୟରୁ ୧୦୭ ଜଣଙ୍କୁ ଗୃହପ୍ରବେଶ କରାଯାଇଛି। ସେହିପରି କାର୍ଯ୍ୟାଦେଶ ପାଇବାର ଚାରିମାସ ମଧ୍ୟରେ ଯେଉଁ ମାନେ ଗୃହ ନିର୍ମାଣ କରିଛନ୍ତି ସେହି ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ପ୍ରତ୍ସାହନ ରାଶି ୩୮୦୦ ଜଣଙ୍କୁ ଦିଆଯାଇଛି, ସେହିପରି ଛଅ ମାସରେ ଗୃହ ନିର୍ମାଣ କାର୍ଯ୍ୟ ସରିଥିବା ହିତାଧିକାରୀ ମାନଙ୍କୁ ମଧ୍ଯ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତି ବର୍ଷ ପରି ସେପ୍ଟେମ୍ବର ୧୭ ରିଖ ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ,ଏହି ପରିପେକ୍ଷୀ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱଚ୍ଛତା ହିଁ ସେବା ର ଶପଥ ପାଠ କରାଇଥିଲେ। ପରେ ପରେ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ପରିଚାଳକ,ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଶ୍ରୀ ଟିମନ ବାରା, ଜିଲ୍ଲା ସମାଜ ମଙ୍ଗଳ ବିଭଗର ପ୍ରୋଗ୍ରାମ ଅଫିସର୍ ଶ୍ରୀମତୀ ନମିତା ମହାରଣା, ଗୋଷାଣୀ ସିଡ଼ିପିଓ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ପରିଷଦ କର୍ଯ୍ୟଳୟର ସ୍ଵଚ୍ଛତା ହିଁ ସେବା ବିଭାଗର ଶ୍ରୀ ଜି.ସୁନୀଲ ବାବୁ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପରିସମାପ୍ତି ପରେ ରାଜ୍ଯସ୍ତରୀୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା ।

Post a Comment

Previous Post Next Post