ବଳାତ୍କାର ଅଭିଯୁକ୍ତକୁ ୧୫ ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ କୋଦଳା ଏଡିଜେ କୋର୍ଟ

 


ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ପୋଲସରାର ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ୧୫ ବର୍ଷର କାରାଦଣ୍ଡାଦେଶ ଶୁଣାଇଛନ୍ତି କୋଦଳା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ। ମଂଗଳବାର ଅପରାହ୍ନରେ ଏହି ମାମଲାର ବିଚାର କରି ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅର୍ଥରୁ ପୀଡିତାଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ସତ୍ବେ ଅଧିକ ୧ ବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି। ଦୀର୍ଘ ୭ ବର୍ଷ ତଳର ଉକ୍ତ ମାମଲାରେ ଅଭିଯୁକ୍ତ ରମେଶ ବେହେରା ନିଜର ସଂପର୍କୀୟ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜେଲ୍ ରେ ରହିଥିବା ବେଳେ ଶେଷରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି। ଏସ୍ ଟି ୧୩୧ /୨୦ ରେ ମାମଲାର ବିଚାରଣା କୋଦଳା ଏଡିଜେ କୋର୍ଟରେ ହୋଇଥିଲା। ଏଡିଜେ କୋର୍ଟ ସରକାରୀ ଓକିଲ ସୁବାସ ଚନ୍ଦ୍ର ସାହୁ ମାମଲା ପରିଚାଳନା କରିଥିବା ବେଳେ ଏଡିଜେ ବିଚାରପତି ବିଶ୍ବ ରଞ୍ଜନ ବେହେରା ଉକ୍ତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୭୬ ଓ ୫୦୬ ରେ ଚାର୍ଜ ଫ୍ରେମ୍ ହୋଇଥିଲା। ତେବେ ୫୦୬ ରେ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ।

Post a Comment

Previous Post Next Post