କୈବଲ୍ୟ ବଜାର ସ୍ଥିତ ଶ୍ରୀ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ସପ୍ତପୁରୀ ଅମାବାସ୍ୟା ପାଇଁ ବିଶେଷ ପୂଜା ଅର୍ଚ୍ଚନା କରାଯାଇଥିଲା। ସକାଳୁ ସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ବଲ୍ଲଭ ଭୋଗ, ଦଶଟାରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ ଧୂପ, ସଂଧ୍ୟା ଆଳତୀ ପୂର୍ବରୁ ଅଟା କାକରା ପିଠା, ସାତ ପ୍ରକାର ପୁର ଭୋଗ ଲାଗି କରାଯାଇଥିଲା। ସଂଧ୍ୟା ଆଳତୀ, ରାତ୍ର ଧୂପ ପରେ ପହଡ ପଡ଼ିବ। ପୂଜକ ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର,ପାଳିଆ ସେବକ ବ୍ରଜ ମୋହନ ମହାପାତ୍ର, ସୁଆର ନୀଳ ମଣି ଆଚାର୍ଯ୍ୟ, କାହାଳୀଆ ଟିକନ୍ ବେହେରା ଏବଂ ଜୀମାଦର ଶ୍ୟାସୁନ୍ଦର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଏହି ସପ୍ତପୁରୀ ନୀତି ପାଳନ କରାଯାଇଥିଲା
Tags:
ଆଞ୍ଚଳିକ