ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଳା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ, ଭଞ୍ଜନଗର ଶାଖା ତରଫରୁ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହ ଠାରେ ସଭାପତି ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି, ବ୍ରହ୍ମପୁର ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ଼.କୁଳମଣି ଓଝା ମୁଖ୍ୟବକ୍ତା, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜକାନ୍ତ ରଥ, ପ୍ରତିଷ୍ଠାତା ସଭାପତି ତ୍ରିନାଥ ନାୟକ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା ଯୋଗଦେଇ ଭାଷା ସାହିତ୍ୟ, କଳା ଓ ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ। ଜ୍ୟୋସ୍ନା ଦେବୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହିଅବସରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନ ଅନୁଷ୍ଠାନ ସହିତ ଅଗ୍ରୀଣ ସାହିତ୍ୟ ଅନୁଷ୍ଠାନ ଲୋହାରଖଣ୍ଡି ସାହିତ୍ୟ ସାଂସଦକୁ ମୁଖ୍ୟଅତିଥି ମାନ୍ୟବର ବିଧାୟକ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହି ଅବସରରେ ସଭାପତି ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ଉପ-ସଭାପତି ରୀତାରାଣୀ ମହାପାତ୍ର, ପରିଚାଳନା ସମ୍ପାଦିକ ପ୍ରଭାତୀ ମଞ୍ଜରୀ ବେହେରାଙ୍କ ସହିତ ସଦସ୍ୟା ଶ୍ୱେତସ୍ୱିନୀ ପଣ୍ଡା, ସୁଜାତା ଷଡ଼ଙ୍ଗୀ ଉପସ୍ଥିତ ରହି ଟ୍ରଫି ଗ୍ରହଣ କରିଥିଲେ। ପ୍ରକାଶଥାଉକି ଲୋହରାଖଣ୍ଡି ସାହିତ୍ୟ ସଂସଦ ୨୦୦୨ ମସିହାରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭାବେ ଦୀର୍ଘ ୨୨ବର୍ଷ ଧରି ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଶିକ୍ଷାର ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଅଛି। ଆଞ୍ଚଳିକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ସାହିତ୍ୟ କାର୍ଯ୍ୟକ୍ରମ କରି ସଂସଦ ବେଶ ସୁନାମ ଅର୍ଜନ କରିଛି। ସଂସଦଟି ପଞ୍ଜିକୃତ ହେବା ସହିତ ୨୫୦ରୁ ଅଧିକ ପୁସ୍ତକ ପ୍ରକାଶନ କରିପାରିଛି। ନିୟମିତ ଭାବେ ସଂସଦର ମୁଖପତ୍ର ‘ଲୋହରାଖଣ୍ଡି’ ପ୍ରକାଶ ପାଇଆସୁଛି। ଏହା ସହିତ କରୋନ ସମୟ ଠାରୁ ‘ଆମ ଖବର’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରାଯାଇ ଡ଼ିଜିଟାଲ ସାହିତ୍ୟ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଆସୁଅଛି। ଅତିନିକଟରେ ସଂସଦ ତାର ୨୨ତମ ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ସାହିତ୍ୟିକା ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post