ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ କ୍ଷତ୍ରୀୟ ସମାଜ ବୈଠକ

 


ଭଞ୍ଜନଗର :  ମୋ ନିୟୁଜ ଓଡିଶା ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭାଗୃହ ଠାରେ ଅବିଭକ୍ତ ଗଞ୍ଜାମ ଜିଲ୍ଳା ଖଣ୍ଡାୟତ କ୍ଷତ୍ରୀୟ ସମାଜର କାର୍ଯ୍ୟକାରିଣୀ ବୈଠକ ସଭାପତି ଡ଼. ବାଇମୁନୀ ଚର୍ଚ୍ଚିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛିଫ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପାତ୍ର ଗତ ବୈଠକର ବିବରଣୀ ପାଠ କରିବା ପରେ କ୍ଷତ୍ରୀୟ ଖଣ୍ଡାୟତ ତରଫରୁ ସମାଜରେ ବୁଦ୍ଧିଜୀବୀ ବିକାଶ, କୃଷି ବିକାଶ, ଆଧ୍ୟାତ୍ମିକ ବିକାଶ, ବ୍ୟବସାୟିକ ବିକାଶ ଓ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜରୁ ସନ୍ତୋଷ ଜେନା, ବିଭୁତି ଭୂଷଣ ଜେନା, ଦଳପତି କ୍ଷତ୍ରିୟ ସମାଜରୁ ରାଜେନ୍ଦ୍ର ଦଳବେହେରା, ଖଣ୍ଡାୟତ କ୍ଷତ୍ରୀୟ ସମାଜ ତରଫରୁ ମହେଶ୍ୱର ବରଡ଼,ଶିବ କୁମାର ନାୟକ, ନରସିଂହ ନାୟକ ଆଳିଆ ସମାଜ ତରଫରୁ ଭିକାରୀ ଚରଣ ନାୟକ, ଖଲି ପରିଡା କୁର୍ମୀ କ୍ଷତ୍ରିୟ ସମାଜ ତରଫରୁ ସୂର୍ଯ୍ୟ ନାରାୟଣ ପ୍ରଧାନ, ବିଶ୍ୱନାଥ ରାଉତ, ବଂଶୀଧର ପ୍ରଧାନ, ପାଇକାଳି ସମାଜ ତରଫରୁ ସୋମନାଥ ନାୟକ, ନଗେନ୍ଦ୍ର ନାୟକ, ବେଣାୟତ୍ତ ଓଡ଼ିଆ ସମାଜ ତରଫରୁ ଗୋପାଳକୃଷ୍ଣ ପ୍ରଧାନ, ରାଜ୍ୟ ସଭାପତି ପ୍ରଫେସର ଡ. ନବଘନ ପରିଡା, ପ୍ରଫେସର କୃତିବାସ ବିଶ୍ୱାଳ, ସୌମେନ୍ଦ୍ର ଜେନା, ନିରଞ୍ଜନ ପରିଡା, ପିତାମ୍ବର ପରିଡା, ଜ୍ୟୋତିରଞ୍ଜନ ବିଷୋୟୀ, ସମୀର କୁମାର ନାୟକ, ଯତୀନ କୁମାର ପ୍ରଧାନ, ମାଗି ନାୟକ, କଂଗ୍ରସ ପ୍ରଧାନ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସମଗ୍ର ଓଡ଼ିଶାର ଅର୍ଦ୍ଧକ୍ଷଧୀକ ଆମ ଖଣ୍ଡାୟତ କ୍ଷତ୍ରିୟ ସମାଜ ହୋଇଥିବା ଯୋଗୁଁ ଆମର ବିକାଶରେ ଗୁରୁତ୍ୱ ଦିଆଯାଉନଥିବାଯୋଗୁଁ କ୍ଷୋଭ ପ୍ରକାଶ କରାଯାଇଥିଲା। ଏଥିରେ ଯୁବ ଗୋଷ୍ଠୀ, ମହିଳା ଗୋଷ୍ଠୀକୁ ଗୁରୁତ୍ୱ ଦେଇ ସଂଗଠନକୁ ମଜବୁତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗ୍ରାମସ୍ତରରୁ ଜାତି ସଂଗଠନକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେବା ଉପରେ ଆଲୋଚନା ହୋଇଥିଲା। ଆମ ସମାଜରୁ ବହୁଜନପ୍ରତିନିଧି ବିଧାୟକ, ମନ୍ତ୍ରୀ ପାଇଥିବା ଯୋଗୁଁ ଖୁସି ପ୍ରକଟ କରାଯାଇଥିଲା ଓ ସେମାନଂକୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯିବା ପାଇଁ ଆଜିର ସଭାରେ ନିଷ୍ପତ୍ତି ନିଆଯାଇ କର୍ମକର୍ତା ମାନଙ୍କୁ ଯୋଗାଯୋଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସାଙ୍ଗଠନିକ ଦୃଷ୍ଟିରୁ କିଛି ଯୁବ ଗୋଷ୍ଠୀକୁ ଏଥିରେ ସାମିଲ କରାଗଲା ଏବଂ ରାଜ୍ୟ ସଂଗଠନ ସହ ସହଯୋଗ କରିବା ପାଇଁ ନିଷ୍ପତ୍ତି ନିଆଗଲା। କାର୍ଯ୍ୟକାରିଣୀ ବୈଠକରେ ବିଭିନ୍ନ ଖଣ୍ଡାୟତ କ୍ଷତ୍ରିୟ ସମାଜର ବହୁ ସମାଜଭାଇ ଯୋଗ ଦେଇଥିଲେ। ଶେଷରେ ସମୀର କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post