ଚାରି ଜଣ ଆନ୍ତଃରାଜ୍ୟ ଲୁଟେରା ଗୀରଫ ସହ କାର ଜବତ

,(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଲୁଟେରାଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଥିବା ବେଳେ ପୋଲିସଙ୍କ ଆଖିରୁ ନିଦ ହଜିଯାଇଛି l ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗୀରଫ କରିବାରେ ସଫଳ ହୋଇଛି ଖଲ୍ଲିକୋଟ ପୋଲିସ। ଏହି ଗ୍ୟାଙ୍ଗର ଚାରି ଜଣଙ୍କୁ ବ୍ରହ୍ମପୁରର ଗୋଟିଏ ସପିଙ୍ଗ ମଲରୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ଗୀରଫ ହୋଇଥିବା ସମସ୍ତେ ହେଲେ ମଧ୍ୟପ୍ରଦେଶ ରାଜ୍ୟର ବାସିନ୍ଦା । ସେମାନେ ହେଲେ ବୁରହାନ ଜିଲ୍ଲାର ନେପାନଗର ଥାନା ଅନ୍ତର୍ଗତ ନାୟକହେଡା ଗ୍ରାମର ଅମିନ ଖାନ ଓ ଦୁଧିଆ ଚୋଓ୍ବିକ ଗ୍ରାମର ଫିରୋଜ ଖାନ,ଧର ଜିଲ୍ଲାର ଧରମପୁରୀ ଥାନା ଅଞ୍ଚଳର ସାଦିକ ଖାନ ଏବଂ ମନବାର ଥାନା ଅନ୍ତର୍ଗତ ଖେରମାଜାଗୀର ଗ୍ରାମର ମୁସ୍ତାକ ଖାନ ବୋଲି ଜଣାପଡିଛି। ସେମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିଭିନ୍ନ ସୁନା ରୁପା ଅଳଙ୍କାର ନେଇ ଯାଉଥିବା ବ୍ୟବସାୟ ମାନଙ୍କୁ ନିଶାନା କରି ଲୁଟ କରୁଥିଲେ। ଗତ ଜୁନ ମାସରେ 35 କିଲୋଗ୍ରାମ ରୁପା ଚୋରି ହୋଇଥିବା ନେଇ ଢେଙ୍କାନାଳ ସଦର ଥାନାରେ  କେସ ନମ୍ବର 553 ତା 30/06/24ରିଖ U/S 379/34 IPC   ଅନୁଯାୟୀ କେସ ହୋଇଥିବା ବେଳେ ଗତ  26/07/24 ତାରିଖରେ  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କେସ ନମ୍ବର 622 ,U/S  331(4)/305/3(5)BNS ଅନୁଯାୟୀ କେସ ଅନୁବନ୍ଧିତ ହେବା ସହ ପୋଲିସ ତଦନ୍ତ ଜାରି ରଖିଥିଲା। ଜଣେ ପଶ୍ଚିମବଙ୍ଗର ବ୍ୟବସାୟୀ 17 କିଲୋଗ୍ରାମ ସୁଦ୍ଧ ରୁପା ନେଇ ମାଆ ଖମ୍ବେଶ୍ବରୀ ବସରେ ବ୍ରହ୍ମପୁରରୁ ନେଇ ଯାଉଥିବା ବେଳେ ଭେଜିପୁଟ ଫାଣ୍ଡି ନିକଟରେ ଜଳଖିଆ ଖାଇବା ପାଇଁ ବସ ରହିଥିବା ବେଳେ ବ୍ରହ୍ମପୁରରୁ କାରରେ ପିଛା କରି ଆସୁଥିବା ଏହି ଲୁଟେରା ଗ୍ୟାଙ୍ଗ ସମସ୍ତ ରୁପା ଲୁଟ କରି ଖସି ପଳାଇଥିଲେ। ଏନେଇ ଭେଜିପୁଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ସେହି ଦିନ ଠାରୁ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ମିଳିତ ଭାବେ ତଦନ୍ତ ଜାରି ରଖିଥିଲେ। ଶେଷରେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗୀରଫ କରିବା ସହ ସେମାନେ ବ୍ୟବହାର କରୁଥିବା ମହିନ୍ଦ୍ରା XUV 300 କାର , ଯାହାର ନମ୍ବର  MP 09 ZJ 5369 କୁ ଜବତ କରିବା ସହ ଏଥି ସହିତ  ଚାରୋଟି କିପେଡ ମୋବାଇଲ ଫୋନ ଓ ଗୋଟିଏ ସ୍ମାର୍ଟ ଫୋନ ଓ ନଗଦ 65 ହଜାର 650 ଟଙ୍କା ଜବତ କରାଯାଇଛି।

Post a Comment

Previous Post Next Post