ଆଦିବାସୀ ମାନଙ୍କ ଅଧିକାର ପାଇଁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା

  


-ଗଜପତି -ମୋ ନିୟୁଜ ଓଡିଶା ମନୋଜ କୁମାର  ପାଢୀ/ 

ଚଳିତ ମାସ 02 09 2024 ତାରିଖ ଦିନ ସିପିଆଇ(ଏମ୍ଏଲ)ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କଲେଜ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ 17 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି  l

          ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟ ବେତିପଡି ଗାଁର 100 ରୁ ଉର୍ଦ୍ଧ୍ବ ଓ ଉପଲଡା ଶବର ସାହିର 45 ପରିବାର ଆଦିବାସୀ ମାନଙ୍କୁ ଘର ଡିହ ପଟା, ଘୋଷାଣି ବ୍ଲକ ବୁଗୁଡ଼ା ଗାଁ ର ବବିତା ଶବର ଓ ଗଣ୍ଡାହାତି ଗାଁ ର ଭବାନୀ ବଡ଼ ଦଲାଇ କୁ ନ୍ୟାୟ ପ୍ରଦାନ କରିବା  , ଆଦିବାସୀ ମାନେ ଘର କରିଥିବା ଘର ଉପରେ ବୁଲ ଡୋଜର ଲଗାଇ ଘର ଭାଙ୍ଗିବା ବଦଂ କରିବା, ଜଗଂଲ ଅଧିକାର ଆଇନ କଡା କଡି ଲାଗୁ କରିବା, ଆଦିବାସୀ ମାନଙ୍କ ଦଖଲରେ ରହିଥିବା ସିଲିଂ ବହିର୍ଭୁତ ଶିକ୍ଷା ଓ ସ୍ୱାସ୍ଥ୍ୟ ର ଅଧିକାର ଯୋଗାଇବା, ଜମି ର ପଟା ପ୍ରଦାନ, ସମସ୍ତ ରେସନ୍‌କାର୍ଡ  କ୍ଷେତ ମୁଲିଆ ମାନକଂ କୁଂ 50kg ଚାଉଳ, ବର୍ଷକୁ 200 ଦିନ କାମ, ଦୈନିକ 600 ମଜୁରୀ, କ୍ଷେତ ମୁଲିଆ ମାନକୁଂ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ୍ୟ ଟକାଂ, ସମସ୍ତ କୁଂ 300 ୟୁନିଟ ବିଦ୍ୟୁତ ବିଲ ମାଗଣା ରେ ଯୋଗାଇବା, ବାର୍ଦ୍ଧକ୍ୟ ବିକଳାଙ୍ଗ ମାନଙ୍କୁ ପେନସନ 5000 ଟକାଂ ଯୋଗାଇବା, ଜଗଂଲ ଜମି ଘର ଡିହ ପଟା, ଗରୀବ କ୍ଷେତ ମୁଲିଆ ମାନକଂ ଜଗଂଲଜାତ ଦ୍ରବ୍ୟ ମହୁଲ, ଝୁଣା, ଛାଞ୍ଚୁଣି, ମାଣ୍ଡିଆ, ଖଲିପତ୍ର,ଉପରେ ( GST) ବଦଂ କରିବା, ସରକାର  ଜଗଂଲ ଜାତ ଦ୍ରବ୍ୟ  ଉପରେ ସର୍ବମୂଲ୍ୟ  ଦର ଠିକ୍ କରିବା ଉପରେ ନେତା ଗଣ ଧାରଣା ରେ ବକ୍ତବ୍ୟ ରଖିଥିଲେ l

 ଉପସ୍ଥିତ ଥିଲେ  

P ଭେଙ୍କଟ ରାଓ (ବିଶିଷ୍ଟ ଓକିଲ) ମୋଜେସ ଶବର,ମାଥ୍ୟୁ ରଇତ,  କୈଳାସ ଶବର ,ଭାସ୍କର ରାଓ , ଶ୍ରୀନୁ ବେହେରା, ଅତିନିଆଲ ନାୟକ, ସଞ୍ଜୁମିତା ରଇତ, ଯୁସିଲିସ ମଣ୍ଡଳ, ମଲିସା ଭୂୟାଁ , ନିବେଦକ

  ତ୍ରିପତି ଗମାଙ୍ଗ

  ରାଜ୍ୟ କମିଟି ସଭ୍ୟ 

ସି ପି ଆଇ (ଏମଏଲ) ଲିବରେସନ 

  ଗଜପତି ଓଡିଶା

Post a Comment

Previous Post Next Post