(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା କଟକ ପାରାଦ୍ବୀପ ରାସ୍ତାର ଜଇପୁରଠାରେ ଥିବା ପଥପ୍ରାନ୍ତ ସେବାକେନ୍ଦ୍ର ଆଜକୁ ଦୀର୍ଘ ଦିନ ହେଲା ବନ୍ଦ୍ ହୋଇ ପଡିଛି। । ଫଳରେ ଏହି ରାଜରାସ୍ତାରେ ଯାତାୟତ କରୁଥିବା ହଜାର ହଜାର ଯାତ୍ରୀ ବାଟରେ ବିଶ୍ରାମ ନେବା ଏବଂ ମହିଳା ଯାତ୍ରୀମାନେ ଶୌଚାଳୟ ବ୍ୟବହାରରୁ ବଞ୍ଚିତ ହେଉଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ସରକାର ବିଭିନ୍ନ ରାଜପଥର ରାସ୍ତା ପାର୍ଶ୍ବରେ ପଥପ୍ରାନ୍ତ ସେବା କେନ୍ଦ୍ର ନିର୍ମାଣ କରିଥିଲେ । ଯେଉଁ କେନ୍ଦ୍ରରେ ପଥଚାରୀମାନେ ବିଶ୍ରାମ ନେବା ସହିତ ଶୌଚ କାର୍ଯ୍ୟ ତୁଲାଉଥିଲେ । ଏଥି ସହିତ କ୍ଳାନ୍ତ ମେଣ୍ଟାଇବା ପାଇଁ ଏହି କେନ୍ଦ୍ର ମାନଙ୍କରୁ ଚା, କଫି ଓ ବିଶୁଦ୍ଧ ପାନୀୟଜଳ ପିଇବାର ସୁଯୋଗ ପାଇଥିଲେ। ପରନ୍ତୁ ଜଇପୁର ସ୍ଥିତ ପଥପ୍ରାନ୍ତ ସେବା କେନ୍ଦ୍ରଟି ଆଜକୁ ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡି ରହିଥିବାରୁ ପଥଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ବହୀନତା, ବେପରୁଆ ମନୋଭାବ ଯୋଗୁଁ ଏହି ପଥପ୍ରାନ୍ତ ସେବାକେନ୍ଦ୍ରଟି ବନ୍ଦ ହୋଇ ପଢିଛି । ଏହା ବ୍ୟତିତ ଏହି ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାସ୍ତାଘାଟ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଗୁଡିକ ଖାଲ ଖମାରେ ଭର୍ତି ହୋଇପଡିଛି। ଏହି ଯନ୍ତ୍ରୀଙ୍କ ଅଧିନରେ ଥିବା ଏହି ଜିଲ୍ଲାର ପ୍ରଶିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ୫ଟି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଛି । ଏହି ୫ଟି କାର୍ଯ୍ୟ ସମ୍ପାଦନ ସମୟରେ କାର୍ଯ୍ୟସ୍ଥଳରେ କାର୍ଯ୍ୟର ତଦାରଖ ନିମନ୍ତେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କର ଦେଖା ନଥିବାରୁ ସଂପୃକ୍ତ ଠିକାଦାର ଜଣକ ମନ ମୁତାବକ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଛନ୍ତି । ଯେଉଁ ନିର୍ମାଣ କାର୍ଯର ମାତ୍ର କିଛି ଦିନ ଅନ୍ତରରେ କାନ୍ଥରୁ ପ୍ଲାଷ୍ଟର ଖସିବା, ନିମ୍ନମାନର ଢଳେଇ ଯୋଗୁଁ ପିଲର ଗୁଡିକ ଦୋହଲୁଥିବାରୁ କେଉଁ ମୁହୂର୍ତ୍ତ ରେ ଛାତ ଭୁଷୁଡି ପଡି ବହୁ ଧନ ଜୀବନ କ୍ଷୟ ହେବାର ଆଶଙ୍କା ଦେଖାଦେଇଛି । ଏ ସଂମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଟେଲିଫୋନ କଲେ ମଧ୍ୟ ସେ ଫୋନ ଉଠାଉ ନଥିବା କିମ୍ବା ଅଫିସ ଆଦୌ ଆସୁନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଜଗତସିଂହପୁର ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଜକୁ ୫ ମାସ ହେବ ଅବସର ନେବା ପରେ ତାଙ୍କ ପଦବୀ ଖାଲି ପଡି ରହିଛି। ଏହାର ଫାଇଦା ଜଇପୁର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜଣକ ଉଠାଇଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଓ ପ୍ରଶାସନ ସବୁ ଦେଖି ଜାଣିଶୁଣି ଚୁପ୍ ରହୁଥିବା ଲୋକେ ଅଭିଯୋଗ କରୁଛନ୍ତି ।ସରକାରଙ୍କର ମାଲ ଦରିଆ ମେଁ ଡାଲ୍ ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ପଥପ୍ରାନ୍ତ ସେବା କେନ୍ଦ୍ର ବର୍ତ୍ତମାନ୍ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପରିଣତ ହୋଇଛି ଏବଂ ପ୍ରଶାସନ ଏଠି ନୀରବ ଦ୍ରଷ୍ଟା ପାଲଟିଛି । ଲୋକଙ୍କ ଆଶା ଥିଲା ପଥପ୍ରାନ୍ତ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ରାମ ଟିକେ ନେଇ ପାରିବେ କିଏ କେଉଁଠି କି ଯାଉଥିଲେ ପଥପ୍ରାନ୍ତ ସେବା କେନ୍ଦ୍ରର ସାହାଯ୍ୟ ପାରିବେ ମାତ୍ର ଏହା ବନ୍ଦ୍ ଥିବା ଯୋଗୁଁ ଲୋକେ ଦୁଃଖ ରେ ମୁହଁ ଫେରାଇ ନେଉଛନ୍ତି । ପ୍ରଶାସନିକ ଉଦାସୀନତା ଯୋଗୁଁ ପଥପ୍ରାନ୍ତ ସେବା କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି । ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନ ହୁଏ ତାହା ହେଲେ ପ୍ରତିଦିନ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ରାତି ହେଲେ ବିଭିନ୍ନ ସମସ୍ୟା ଦେଖା ଦେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଆଶଙ୍କା କରିଛନ୍ତି । କେବେ ସଚେତନ ହେବେ ବିଭାଗୀୟ ଅଧିକାରୀ ତାକୁ ହିଁ ଅପେକ୍ଷା । ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ସମସ୍ୟା ରେ ଛନ୍ଦି ହୋଇ ପଢିଥିବା ଦାୟିତ୍ବହୀନ ଜଇପୁର କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି ।


