ରେଡ ରିବନ କ୍ଲବ ତରଫରୁ ଏକ ଦିବସୀୟ ସଚେତନ କାର୍ଯ୍ୟକ୍ରମ।

 


ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ତରଫରୁ ଏଡ୍ସ ସଚେତନ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗୀତା ତଥା ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ରଚନା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପଦ୍ମାନାଭ ପୁଆଲ ଅଧ୍ୟକ୍ଷତା କରିଥବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ମାଲକାନଗିରି ଜିଲ୍ଲାରୁ କିପରି ଏଡ୍ସ ମୁକ୍ତ କରାଯିବ ସେ ବିଷୟରେ ଟୋଲ ଫ୍ରି ନମ୍ବର ୧୦୯୭ କୁ ଫୋନ କରିବା ପାଇଁ ରେଡ ରିବନ କ୍ଲବର ସଦସ୍ୟଙ୍କୁ ଉପଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ନରେନ୍ଦ୍ର ସୋଡି, ଯୁବ ରେଡ଼କ୍ରସର ପରାମର୍ଶ ଦାତା ମଞ୍ଚ ପରିଚାଳନା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥିରେ ସମ୍ମାନିତ ଅତିଥି ରୂପେ ନିକିତା ସିଂ, ମୁରଲୀ ମାଝୀ, ସଞ୍ଜୟ ଖେମୁଣ୍ଡୁ, ନାଗାର୍ଜୁନ ବାଗସୀ, ଦୀପକ କୁମାର ପାତ୍ର, ରାଜେଶ ଜେମା ଯୋଗଦାନ କରିଥିଲେ l ଏହି ଅବସରରେ ଉତ୍କଣ୍ଠାର ସହିତ ତିନି ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏଚ.ଆଇ.ଭି ବିଷୟରେ ଏକ ଶପଥ ପାଠ ଗ୍ରହଣ କରାଯାଇଥିଲା l ଅଧ୍ୟାପିକା ଉଦ୍ଭିଦ ବିଭାଗ ନିକିତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

Previous Post Next Post