ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଶୀର୍ଷକ ଚିତ୍ରଟିକୁ ଦେଖି ବିଚଳିତ ହେବାର କୌଣସି କାରଣ ନାହିଁ। ନିମ୍ନରେ ସମ୍ପୂର୍ଣ୍ଣ ସନ୍ଦେହ ଦୂର ହୋଇଯିବ। କଥାରେ ଅଛି କିଛି ଦେଇଥିଲେ କିଛି ପାଇବ। ହେଲେ ଆଜିକାଲି ଅନେକ ସମାଜସେବୀ ଗରିବ ଦରିଦ୍ର ମାନଙ୍କୁ ସାହାଯ୍ୟ ସହାୟତା କଲା ବେଳେ ମୋବାଇଲ ହେଉ କିମ୍ବା ଦାମୀ କ୍ୟାମେରାରେ ଫଟୋ ଭିଡ଼ିଓ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବାଃ ବାଃ ସାଉଁଟିବାରେ ଲାଗିଛନ୍ତି।ଲାଇକ ସେୟାର କରି ସେଲିବ୍ରେଟି ସାଜୁଛନ୍ତି। ଏହା ଖାଲି ଯୁବପିଢି ମଧ୍ୟରେ ସୀମିତ ହୋଇ ରହିନାହିଁ। ଏବେ ଏଭଳି ସାମାଜିକ ଗଣମାଧ୍ୟମ ରୋଗ ଧିରେ ଧିରେ ସରକାରୀ ବାବୁଙ୍କୁ ମଧ୍ୟ ଗ୍ରାସ କରୁଛି। ବିଗତ ଦିନରେ କିଏ ଘୋଡ଼ା ଚଢ଼ି ସ୍କୁଲ ଯାଉଛି ତ କିଏ ପୁଣି ଭରା ନଦୀ ପାର ହୋଇ କାର୍ଯ୍ୟ ତଦାରଖ କରୁଛି। ଏଭଳି ଅନେକ ଦୃଶ୍ୟ ଏବେ ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ବୋଲି ସାଧାରଣରେ ଚର୍ଚ୍ଚା। ସରକାରୀ ଚାକିରିଆ ବାବୁଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମାନେ ହାସ୍ୟାସ୍ପଦ ବୋଲି ମତ ପୋଷଣ କରିଛନ୍ତି।ଦିନ କେଇଟା ପୂର୍ବରୁ ମାଲକାନଗିରି ଜିଲ୍ଲା ଖଇରପୁଟ ବାବୁ ମାନଙ୍କ ଚର୍ଚ୍ଚାରେ ରହିବାକୁ ଟ୍ରାକ୍ଟର ଚଢା ଆମେ ଦେଖିଲୁ। ଯୁବ ବାବୁ ତ.! ପ୍ରଥମ ଥର ପାଇଁ ବୋଧହୁଏ ଦୁର୍ଗମ ଅଞ୍ଚଳକୁ କାର୍ଯ୍ୟ ତଦାରଖ କରିବାକୁ ଯାଉଥିଲେ। ତେଣୁ ସମସ୍ତେ ତ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ବାଃ ବାଃ ଲୁକୁଛନ୍ତି।ଆମେ ପ୍ରଥମ ଥର ଦୁର୍ଗମ ଅଞ୍ଚଳକୁ ଯାଉଛେ ତେଣୁ ଭିଡିଓ କରି ଏମିତି କାମ କରିବା ଯେ ପୁରା ପ୍ରଶଂସା ମାଡି ଆସିବ। ଯଦି ଆପଣ ଏତେ କର୍ମଠ ତେବେ ଗୁଜିଆଗୁଡା ପୋଲ ଦୀର୍ଘ ବର୍ଷ ଧରି ନିର୍ମାଣ ହେଇ ପାରୁନାହିଁ। ସେଥିପାଇଁ କଣ କଣ ପଦକ୍ଷେପ ନେଇଛନ୍ତି କୁହନ୍ତୁ। ଏପଟେ ଗୁଜିଆଗୁଡା ପୋଲକୁ ସଂଯୋଗ କରୁଥିବା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ରାସ୍ତା କୁଆଡେ ଉଭେଇ ଗଲାଣି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି କେବଳ ଚେପାଲପଡା , ବରଗୁଡା କିରିମି ବାଲିଆମରେ ସମସ୍ୟା ନାହିଁ। ସମସ୍ୟା ଅନେକ ରହିଛି ବଣ୍ଡାଘାଟୀର ବିଭିନ୍ନ ଗାଁରେ।ବଣ୍ଡା ପଡ଼ା , ବଡଡୁରାଲ ଏବଂ ଏହାର ଆଖପାଖ ଗାଁରେ ଗତ ମାସର ଲଗାଣ ବର୍ଷାରେ କିଛି ଘର ଭାଙ୍ଗିଥିବା ବେଳେ ଏ ବାବୁ ସେଠାରେ ପହଁଞ୍ଚି ନାହାଁନ୍ତି। କେବଳ ପଲିଥିନ ଦିଆଯାଇଛି ତାହା ନୀରିହ ଜନଜାତିକୁ ୨୦ କିମି ଚଲେଇ ଚଲେଇ ମୁଖ୍ୟାଳୟରେ ଦିଆଯାଇଛି ବୋଲି ଅଭିଯୋଗ ହେଉଛି। କାହିଁ ପ୍ରଶଂସା ପ୍ରୀୟା ବାବୁଙ୍କୁ କଣ ନୀରିହ ଆଦିବାସୀଙ୍କ ଦୁଃଖ ଦେଖା ଗଲାନାହିଁ କି.? ତେବେ ସେ ଯାହା ହେଉ ଟ୍ରାକ୍ଟର ଚଢ଼ି ବାବୁ ଯେଉଁ ସବୁ ଅଞ୍ଚଳକୁ ଯାଇଥିଲେ ସବୁ ସମସ୍ୟା ୧୫ ଦିନରେ କରିଦେବେ ବୋଲି ଏକ ଖବରକାଗଜରେ ବାହାରିଥିଲା।୧୬ ଦିନ ଠାରୁ ଅଞ୍ଚଳବାସୀ ଉତ୍ତର ମାଗିବେ ବୋଲି ଏବେ ଠାରୁ ଅଣ୍ଟା ଭିଡିଲେଣି। ଲୋକଙ୍କ ଫୋନ ଉଠାଉ , ଦୁଃଖ ଶୁଣି ସମସ୍ୟାର ସମାଧାନ କରନ୍ତୁ ତେବେ ଯାଇ ଅସଲ ପ୍ରଶଂସା ମିଳିବ। ଧ୍ୟାନ ଆକର୍ଷଣ ପାଇଁ ଅଯଥା ପ୍ରୟାସରେ କେବଳ ଜନେ ହସିବେ ; ଗ୍ରାମ ସୁକରି କି ହୋଇବ ଗାଈ..?