୬ ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସ୍ ଚଳାଚଳ ବନ୍ଦ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ବନ୍ଦ ହେଲା ଜିଲ୍ଲାରେ ଚାଲୁଥିବା ୬ଟି ଶୀତତାପ ନିୟନ୍ତ୍ରୀତ(ଏସି) ‘ଲକ୍ମୀ’ ବସ। ଯେଉଁ ଅଞ୍ଚଳରେ ବସ୍ ସେବା ହଠାତ ବନ୍ଦ କରି ଦେବାରୁ ଶତାଧିକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହବାକୁ ପଡିଛି।ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାର ୭ ଗୋଟି ବ୍ଳକ୍ ସଦର ମହକୁମାରୁ ଜିଲ୍ଲା ମୁଖ୍ୟାଳୟକୁ ୬ଟା ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ପକେଟକୁ ସୁହାଇଲା ଭଳି ସୁଲଭ ମୂଲ୍ୟରେ ମହିଳା, ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ମାନେ ଏଥିରେ ଯାତ୍ରା କରିପାରୁଥିଲେ। ନିର୍ଦ୍ଦିଷ୍ଟ ସମୟରେ ବ୍ଳକରୁ ଜିଲ୍ଲା ସଦର ମହାକୁମାକୁ ଯିବାଆସିବା କରୁଥିବାରୁ ସରକାରୀ କର୍ମଚାରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଉପକୃତ ହେଉଥିଲେ। ବିଶେଷ କରି ଗ୍ରାମାଞ୍ଚଳକୁ ଲକ୍ଷ୍ମୀ ବସ୍ ଚଳାଚଳ ହେଉଥିବାରୁ ଅନେକ ରୋଗୀ ପ୍ରସୂତି ମଧ୍ୟ ସହଜରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ପାରୁଥିଲେ। ଏ ସମ୍ପର୍କରେ ଜିଲ୍ଲା ପରିବହନ ଅଧିକାରୀ ଭାଗୀରଥି ନାୟକଙ୍କୁ ପଚାରିବାରୁ ଆମକୁ ଉପରୁ ୬ ଗୋଟି ଲକ୍ଷ୍ମୀ ଏସି ବସ ଚଳାଚଳ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଛି। ବନ୍ଦ ଲକ୍ଷ୍ମୀ ବସରେ  ନିୟୋଜିତ ୧୬ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଅନ୍ୟ ବସ୍‌ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅସ୍ଥାୟୀ ଭାବେ କିଛି ଦିନ ଲାଗି ଏସି ବସ୍ ଗଡିବ ନାହିଁ। ଅନ୍ୟ ୩୨ଟି ରୁଟରେ ଚାଲୁଥିବା ବସ ପୂର୍ବ ଭଳି ହେବ। ଯାହା ଫଳରେ ବିଶେଷ ସମସ୍ୟା ହେବନି। ସୂଚନାଥାଉକି, ଜିଲ୍ଲାରେ ମୋଟ ୩୬ଟି ‘ଲକ୍ଷ୍ମୀ’ ବସ୍ ଚଳାଚଳ କରୁଥିଲା। ସେଥିରୁ ୬ଟି ଏସି ଏବଂ ବଳକା ନସି। ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଗି ଚଳାଚଳ କରୁଥିବା ୪ଟି ବସ୍‌ ପରିଚାଳନା ଦାୟିତ୍ଵ ମିଶନ ଶକ୍ତି ମହିଳାମାନଙ୍କର ଥିଲା। ତେବେ ମାଲକାନଗିରି ଜିଲ୍ଲା ଏକ ଉପାନ୍ତ ଭାବେ ଆଜି ମଧ୍ୟ ପରିଗଣିତ ହେଉଛି। ଦରିଦ୍ରତାର କଷାଘାତରେ ଆଦିବାସୀଙ୍କ ଅଣ୍ଟା ଭାଙ୍ଗି ପଡୁଛି। ସେପଟେ ଆଳୁ ,ତେଲ ଲୁଣ ଏବଂ ପନିପରିବା ଦର ଆକାଶ ଛୁଆଁ। ତା ସାଙ୍ଗକୁ ବେସରକାରୀ ବସ ମାଲିକଙ୍କ ମନମୁଖୀ ବସ ଭଡା ନିଶ୍ଚିତ ଆଦିବାସୀଙ୍କ ମେରୁଦଣ୍ଡ ବଙ୍କା କରିବ ବୋଲି ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୫ ଟଙ୍କାରେ ସ୍କୁଲ  , କଲେଜ , ଡାକ୍ତରଖାନା , ସରକାରୀ ଏବଂ ବେସରକାରୀ ଚାକିରିଆ ଠିକ ସମୟରେ କାର୍ଯ୍ୟାଳୟରେ ପହଞ୍ଚି ପାରୁଥିଲେ।ଏମିତିରେ ରାଜ୍ୟ ସରକାରଙ୍କ ଦ୍ବାରା ଜିଲ୍ଲାବାସୀ କିଛି ଉପକୃତ ହେଉଥିଲେ‌। ବସ ବନ୍ଦ ହେବା ଦ୍ବାରା ଅନେକ ଅସୁବିଧା ସହ ଆର୍ଥିକ ମାଡ଼ ମଧ୍ୟ ଲୋକଙ୍କୁ ସହିବାକୁ ପଡିବ। ତେବେ କିଛି ନହେଲେ ସକାଳ ଏବଂ ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଏସି ବସ ସରକାର ଚଳାନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

Post a Comment

Previous Post Next Post