ଭଞ୍ଜନଗର ମୋ ନିୟୁଜ ଓଡିଶା : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାତଜ୍ୱର ନିରାକରଣ ସମୂହ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ବିଭାଗୀୟ ମୁଖ୍ୟ ତଥା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁନୀଲ କୁମାର ମୁନିଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଇତିହାସ ବିଭାଗ ଅଧ୍ୟାପିକା ସୁନିତା ଗୌଡ଼, ଓଡ଼ିଆ ବିଭାଗ ଅଧ୍ୟାପକ ଶଙ୍କର ବେହେରା ଏବଂ ଜଗନ୍ନାଥପ୍ରସାଦ ସେକ୍ଟର ସୋସିଆଲ ମୋବିଲାଇଜର ସତ୍ୟନାରାୟଣ ମିଶ୍ର ଅତିଥି ରୂପେ ଯୋଗ ଦେଇଥିଲେ। ଫାଇଲେରିଆ ରୋଗ କାରଣ ଓ ନିରାକରଣ ଉପରେ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ବୁଝାଇ କହିଥିଲେ। ଏହାପରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ସମୂହ ଔଷଧ ସେବନ କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଭାରତ ବର୍ଷକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ ନେଇ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମସ୍ତେ ସାମିଲ ହେବାକୁ ଅଧ୍ୟାପକ ଶ୍ରୀ ମୁନି ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିଲେ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଉପସ୍ଥିତ ଅନ୍ୟ ଅତିଥି କହିଥିଲେ। ବର୍ତ୍ତମାନ ଜଗନ୍ନାଥପ୍ରସାଦ ବ୍ଲକର ସମସ୍ତ ଗାଁ ସ୍କୁଲ ଓ କଲେଜରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲିଛି ଏହା ଆସନ୍ତା ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏଣୁ ଏଥିରୁ ଯେପରି ଜଣେ ମଧ୍ୟ ବିଚ୍ୟୁତ ନହୁଅନ୍ତି ସେଥିପାଇଁ ଜଗନ୍ନାଥପ୍ରସାଦ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ଗ୍ରହଣ କରାଯାଇଛି।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


