ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ପ୍ରତି ବର୍ଷ ପରି ଚଳିତ ବର୍ଷ ସାରା ଦେଶରେ ଅଗଷ୍ଟ୧୫ ତାରିଖରେ ପାଳିତ ହେବାକୁ ଥିବା ବେଳେ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜି ବାଲିମେଳା ଏନଏସି ତରଫରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ଏନ ଏ ସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଓ ପରିଷଦର ସମସ୍ତ ସଭ୍ୟ ସଭ୍ୟା ଙ୍କ ନେତୃତ୍ୱରେ ବହୁ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ବାଲିମେଳା ଟାଉନ ହଲ ଠାରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ସହର ପରିକ୍ରମା କରିଥିଲା ବିଭିନ୍ନ ସ୍ଥାନରେ କୁନି କୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିରାଟ ଜାତୀୟ ପତାକାକୁ ଶତାଧିକ ଏସଏଚଜି, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ ମହିଳା ମାନେ ଧରି ଶୋଭାଯାତ୍ରାରେ ଭାଗ ନେଇଥିଲେ।ସହରରେ ସମସ୍ତ ଘରେ ଘରେ ଜାତୀୟ ପତାକା ଲଗାଇ ଏହି ପର୍ଵ ରେ ସାମିଲ ହୋଇଥିଲେ।ବିଏସଫ ପକ୍ଷରୁ ମଧ୍ୟ ଏକ ବାଇକ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଅଧିକାରୀ ରାକେଶ କୁମାର ମହାପାତ୍ର ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।


