ଖଜୁରିପଦା ପଞ୍ଚାୟତରେ ତ୍ରୀରଙ୍ଗା ଶୋଭା ଯାତ୍ରା ଆୟୋଜିତ

 


ଆର, ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର  ପାଢୀ/ ୧୪/୮/ ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ଗ୍ରାମପଞ୍ଚାୟତ ରେ ତ୍ରୀରଙ୍ଗା ଶୋଭା ଯାତ୍ରା ଆୟୋଜିତ ହୋଇଛି। ସ୍ଥାନୀୟ ଖଜୁରିପଦା ପଞ୍ଚାୟତ ର ଗ୍ରାମସେବକ ନେତୃତ୍ବରେ ବହୁସଂଖ୍ୟକ କର୍ମୀ ଓ ସମର୍ଥକ ସଂଭୁକ୍ତ ଖଜୁରିପଦା ଗ୍ରାମପଞ୍ଚାୟତ ଠାରୁ ଶୋଭା ଯାତ୍ରା କରି ବାବାସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପହଞ୍ଚି। ଛାତ୍ର ଛାତ୍ରୀ ମାନେ ନୃତ୍ୟ ର ଏହା ସହିତ କିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖଜୁରିପଦା ଗ୍ରାମପଞ୍ଚାୟତ ପ୍ରଶାସନ ପକ୍ଷରୁ‌ ଲୁସିଂହ ଚରଣ ମିଶ୍ର, ନୂଆଗଡ଼ ବ୍ଲକ୍ ର ବିଜେପି ସାଧାରଣ ସଂପାଦକ ରିଙ୍କୁ ପଣ୍ଡା , ସବୁଜ ପତାକା ଦେଖାଇ ଏହି ସଚେତନତା ରାଲିଇ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ଏବଂ ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତାର ଜୟ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ ।

ଅଗଷ୍ଟ ୧୫ ତଥା ସ୍ୱାଧୀନତା ଦିବସ ପାଳନ କୁ ଦୃଷ୍ଟି ଆଗରେ ରଖି ଦେଶ ବ୍ୟାପି ତିନି ଦିନ ଧରି ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଲୋକଙ୍କ ମଧ୍ୟରେ ଦେଶ ଭକ୍ତି ଜାଗ୍ରତ କରିବା ଏବଂ ନିଜ ତ୍ରିରଙ୍ଗା ପ୍ରତି ସମ୍ମାନ ଦେବା ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ଅଟେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ପ୍ରଶାସନ ପକ୍ଷରୁ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ  ।

Post a Comment

Previous Post Next Post