ଭଂଜନଗର ବିଡ଼ିଓଙ୍କ କାର୍ଯ୍ୟାଳୟରେ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

 


ଭଂଜନଗର :ମୋ ନିୟୁଜ ଓଡିଶା ଭଂଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୀଳନୀ କକ୍ଷରେ ଆସନ୍ତା ୧୫ ଅଗଷ୍ଟ, ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭଂଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଭଂଜନଗର ବ୍ଳକର ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୧୧ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଭଂଜନଗର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଭଂଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମିଳିତ ସହଯୋଗରେ ଆଜିର ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଭଂଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏବିଇଓ ଶ୍ରୀ ଗଜେନ୍ଦ୍ର ସେଠୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତରଫରୁ ସିନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ଶ୍ରୀ ଉମାକାନ୍ତ ନାୟକ ଓ ଶିବାନୀ ସେଠୀ ସଂଚାଳନ କରିଥିଲେ। ଆଜିର ଏହି ପ୍ରତିଯୋଗିତାରେ ବିଚାରପତି ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ୬ ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଥା ବବିତା କୁମାରୀ ସାହୁ, ଦିଲ୍ଲୀପ କୁମାର ସ୍ୱାଇଁ , ଅଯୋଧ୍ୟା ନାଥ ସାହୁ, ରାଜଲକ୍ଷ୍ମୀ ସେଠୀ, ଇନ୍ଦିରା ପ୍ରଭା ନାୟକ ଓ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ତିନୋଟି ବିଭାଗରେ ଅନୁଷ୍ଠିତ ହୋଇଥିବା ଆଜିର ପ୍ରତିଯୋଗିତାରେ ପ୍ରବନ୍ଧ ବିଭାଗରେ ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସସ୍ମିତା ନାୟକ ପ୍ରଥମ, ଚିତ୍ରାଙ୍କନ ବିଭାଗରେ କୁଲାଡ କବିସୂର୍ଯ୍ୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଙ୍କିତ କୁମାର ଦାଶ ପ୍ରଥମ ଏବଂ ତର୍କ ବିଭାଗରେ ମୁଜାଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୁଳସୀ ଡାକୁଆ ପ୍ରଥମ ହୋଇଥିଲେ। ଆଜିର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା କାଲି ସବଡିଭିଜନ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଉପସ୍ଥିତ ସମସ୍ତ ବ୍ୟକ୍ତି ଶୁଭକାମନା ଜଣାଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post