ମାଲକାନଗିରି(ନିରଞ୍ଜନ ମଲ୍ଲ)
ମାଲକାନଗିରି,ମୋ ନିୟୁଜ ଓଡିଶା ତା୪.୮.୨୪ ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ର ବିଚାରଧାରା ଆନୁକୁଲ୍ୟରେ ଛତିଶିତମ ଇ-ପାଠଚକ୍ର ଗୋପୀନାଥ ମହାନ୍ତିଙ୍କ ଗଳ୍ପରେ ଆଦିବାସୀ ଜୀବନଚିତ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପାଠଚକ୍ରରେ ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ସହକାରୀ ଅଧ୍ୟାପକ ଡଃ ଗୌତମ ସେନ୍ ର୍ହାଁସଦା ମୁଖ୍ୟବକ୍ତା ରୂପେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତା ଗାଳ୍ପିକ ଗୋପୀନାଥ ମହାନ୍ତିଙ୍କ ପ୍ରସିଦ୍ଧ ଗଳ୍ପ ପାଳଭୂତ, ଶିକାର, ପିମ୍ପୁଡ଼ି, ବଘେଇ ଓ ଟଡ଼ପା ଗଳ୍ପରେ ଆଦିବାସୀମାନଙ୍କର ସାମାଜିକ, ସାଂସ୍କୃତିକ, ଧାର୍ମିକ, ଅର୍ଥନୈତିକ, ରୀତିନୀତି, ଚାଲିଚଳନ ଓ ଜୀବନ ସଂଘର୍ଷ ଉପରେ ସବିଶେଷ ଆଲୋଚନା କରିଥିଲେ।ଭକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକସଂସଦର ସଭାପତି ଡଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ। ଲୋକସଂସଦର କୋଷାଧକ୍ଷ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମର ସଂଯୋଜନ କରିଥିଲାବେଳେ ସଦସ୍ୟା ପ୍ରତିମାରାଣୀ ନାୟକ ମନ୍ତ୍ରପାଠ, ପ୍ରଧାନ ଶିକ୍ଷୟିତ୍ରୀ ସାଧନାରାଣୀ ମଣ୍ଡଳ ବିବେକବାଣୀ ପଠନ, ସରସ୍ଵତୀ ଶିଶୁ ମନ୍ଦିରର ଗୁରୁମା ମଞ୍ଜୁଳା କୁମାରୀ ଶାନ୍ତିପାଠ ଓ ସଦସ୍ୟ ରଶ୍ମୀରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆଭାସୀପାଠଚକ୍ରରେ ମାଲକାନଗିର ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ରୁ ଉର୍ଦ୍ଧ୍ଵ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।