କ୍ୟାନସର କରୁଛି କଲବଲ ; ଉଭେଇଛି ପରିବାର ସୁଖ।

ମାଲକାନଗିରି ମୋ ନିୟୁଜ ଓଡିଶା ନିରଞ୍ଜନ ମଲ୍ଲ)

ହସ ଖୁସିରେ ବିତୁଥିବା ଜୀବନରେ ଯେମିତି ହଠାତ କଳା ବାଦଲ କେଉଁଆଡ଼ୁ ମାଡି ଆସିଲା। ହସଖୁସିର ସୁନାର ସଂସାରକୁ ମାଡି ଆସିଲା କ୍ୟାନସର ରୂପୀ ସୁନାମି। ଧୋଇ ଦେଲା ପରିବାରର ସବୁ ଗଚ୍ଛିତ ଜମା ପୁଞ୍ଜି। ଜୀବନ ଯନ୍ତ୍ରଣାରେ ଛଟପଟ ଘରର ମୁଖିଆ। ଆଖିରେ ବିଧାତା ଦେଇଛି ଅର୍ଥାଭାବର ଲୁହ।ସ୍ଵାମୀର ଦୁଃଖର କାହାଣୀ କହିବା ବେଳେ ବନ୍ଧ ବାଡ଼ ମାନୁ ନାହିଁ ସ୍ତ୍ରୀର ଲୁହ , ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅ ମୋ ସ୍ୱାମୀଙ୍କୁ ଭଲ କରି ଦିଅ। ଏଇ ଦୁଇ ପଦ କଥା କହିବା ବେଳେ ସଞ୍ଜୟଙ୍କ ସ୍ତ୍ରୀଙ୍କ ଆଖିରୁ ଦୁଇ ଧାର ଲୁହ ଝରି ଆସିଥିଲା। ଜଣେ ସ୍ତ୍ରୀର ଏହି ହୃଦୟ ବିଦାରକ କୋହରୁ ଜାଣି ହେଉଛୀ କେତେ ଯନ୍ତ୍ରଣା ପାଉଥିବ ସଂଞ୍ଜୟ।କ୍ୟାନସରର କବଜାରେ ରହି କେତେ କଲବଲ ହେଉଛନ୍ତି ସଞ୍ଜୟଙ୍କ ପରିବାର। ଲୁହ ନିଗାଡି ନିଜ ଦୁଃଖ ଜଣାଇବା ଛଡ଼ା ସ୍ତ୍ରୀ ପାଖରେ ଆଉ କଣ ବା ଅଛି। ପାଖରେ ସମ୍ବଳ ବୋଲି କିଛି ନାହିଁ। ଯାହା ଥିଲା ସବୁ କ୍ୟାନ୍ସର ରାକ୍ଷସ ଛଡେଇନେଲା।ସ୍ଵାମୀଙ୍କୁ ଭଲ କରିବା ପାଇଁ ଅବଳା ସ୍ତ୍ରୀ ଯେ କଣ କରି ପାରିବ। ସାହି ପଡିଶା ଏମିତି କେହି ଯଦି ଆହା ପଦେ କହୁଛି କାନ୍ଦି ପକାଉଛନ୍ତି ଅର୍ଚ୍ଚନା।ନା ମୂଲ ଲାଗି ପାରିବ ନା କାହା ପାଖରେ ହାତ ପାତି ପାରିବ। ଭାଗବାନଙ୍କ ଭରସାରେ ଆଖିର ଲୁହକୁ ପିଇ ଦିନ କାଟୁଛନ୍ତି ସଞ୍ଜୟଙ୍କ ସ୍ତ୍ରୀ ଅର୍ଚ୍ଚନା।ମାଲକାନଗିରି ଜିଲ୍ଲା ଏମଭି-୭୯ ଗ୍ରାମର ସଞ୍ଜୟ କୁଣ୍ଡୁ। ସଞ୍ଜୟଙ୍କ ପରିବାର କହିଲେ ଗୋଟିଏ ପୁଅ , ଦୁଇଟି ଝିଅ , ସ୍ତ୍ରୀ ଆଉ ମାଆ।ଦୀର୍ଘ ଏକ ବର୍ଷ ହେବ ସଞ୍ଜୟ କ୍ଯାନ୍ସର ସହ ଲଢ଼ୁଛନ୍ତି। ମୁହଁରେ କ୍ୟାନସର୍ ହେବା ଫଳରେ ଅପରେସନ କରିବାକୁ ପଡିଲା। ଅପରେସନ ପରେ ଭଲ ହେଉନାହିଁ ବରଂ ଅଧିକରୁ ଅଧିକ ହେଉଅଛି ସ୍ବାସ୍ଥ୍ୟ ଅବସ୍ଥା। କ୍ୟାନସର ଯେତେ କଷ୍ଟ ଦେଉନାହିଁ। ପିଲାଛୁଆ ମାଆ ଏବଂ ଧର୍ମପତ୍ନୀକୁ ଦେଖିଲେ ତାଙ୍କ କଷ୍ଟର ସୀମା ରହୁନାହିଁ।ଗତ କିଛି ଦିନ ହେବ ନିଜକୁ ପରିବାର ଉପରେ ବୋଝ ବୋଲି ଭାବୁଛନ୍ତି ସଞ୍ଜୟ।

ଅନେକ ଡାକ୍ତର ପରାମର୍ଶ ପରେ ଏବେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ହେଉଥିବାରୁ ବାଧ୍ୟ ହୋଇ ସ୍ୱାମୀଙ୍କୁ ଘରେ ରଖି କାନ୍ଦ ବୋବାଳିରେ ଦିନ କାଟୁଛନ୍ତି ପତ୍ନୀ ଅର୍ଚ୍ଚନା। ଚିକିତ୍ସା ପାଇଁ ତ ଟଙ୍କା ଅଣ୍ଟୁନାହିଁ ପେଟ ପାଇଁ  କେଉଁଠୁ ଆସିବ ଦାନା। ତେଣୁ ଅନେକ ସମୟରେ ମା ସହ ଉପାସରେ ଶୋଇ ପଡନ୍ତି ପୁରା ପରିବାର। ସ୍ବାମୀର କ୍ୟାନସର ଯନ୍ତ୍ରଣା ଠାରୁ ବଢିଯାଇଛି ପିଲାମାନଙ୍କ ଭବିଷ୍ୟତ ଚିନ୍ତା।ସ୍ୱାମୀଙ୍କୁ ଭଲ କରିଦେବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପୁରା ପରିବାର। କ୍ୟାନସର ରୋଗୀ ସଞ୍ଜୟଙ୍କ କରୁଣ କାହାଣୀ ଶୁଣି କେଉଁ ସହୃଦୟ ବ୍ୟକ୍ତି ଯଦି କିଞ୍ଚିତ ସାହାଯ୍ୟ କରନ୍ତେ କିମ୍ବା ଦୁଃଖ ଶୁଣନ୍ତେ ଅସହାୟ ପରିବାର ମୁହଁରେ ଆଞ୍ଜୁଲାଏ ହସ ଫୁଟି ପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କର କେବେ ସଞ୍ଜୟଙ୍କ ପରିବାର ଉପରେ ଶୁଭ ଦୃଷ୍ଟି ପଡୁଛି ତାହା ଦେଖିବାକୁ ବାକି ରହିଲା।

Post a Comment

Previous Post Next Post