ଆକ୍ସନ ମୋଡରେ କବିସୂର୍ଯ୍ୟନଗର ବିଧାୟକ

  


ମୋ ନିୟୁଜ ଓଡିଶା ଦୁର୍ନୀତିକୁ ନେଇ ଆକ୍ସନ ମୋଡରେ କବିସୂର୍ଯ୍ୟନଗର ବିଧାୟକ।ସିଧା ସିଧା ଫୋନ୍ କରି ସରକାରୀ କର୍ମଚାରୀଙ୍କୁ ଦେଲେ ଚେତାବନୀ। ସମବାୟ ସମିତିରେ ସାର ସରକାରୀ ଦାମ୍ ଠାରୁ ଅଧିକ ଦରରେ ବିକ୍ରି ହେଉଥିବା ଖବର ପାଇ ସିଧା ସିଧା ଚରମବାଣୀ ଶୁଣାଇଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ।ସମବାୟ ସଂପାଦକଙ୍କୁ ଫୋନ୍ କରି ଚେତାବନୀ ଦେଇଛନ୍ତି। ସୂଚନା ଅନୁସାରେ ବେଗୁନିଆପଡ଼ା ବ୍ଳକ ଶାକୁଂଡା ଠାରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଲୋକକଂ ଅଭିଯୋଗ ଶୁଣିବାକୁ ଯାଇଥିବା ବେଳେ ସାର ଚଢା ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲେ ଚାଷୀ। କେ ବରିଡ଼ା ସମବାୟ ସମିତିରେ ୟୁରିଆ ସାର ବସ୍ତା ୨୬୭ ଟଙ୍କା ବଦଳରେ ୩୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ତେବେ ସଂଗେ ସଂଗେ ବିଧାୟକ ସଂପାଦକକୁ ଫୋନ୍ ଯୋଗେ କୈଫିୟତ ମାଗିଥିଲେ। ନେଇଥିବା ଅଧିକ ଟଙ୍କା ତୁରନ୍ତ ଚାଷୀଙ୍କୁ ଫେରାଇବାକୁ ତାଗିଦ୍ କରିଛନ୍ତି ବିଧାୟକ। ଯଦି ନ ଫେରାନ୍ତି ସିଧା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ବିଭିନ୍ନ ସମବାୟ ସମିତି ସାର ବସ୍ତାକୁ ୨୬୭ ବଦଳରେ ୩୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଧାୟକ ଏବେ ଆକ୍ସନ ମୋଡ୍ କୁ ଆସିଥିବା ବେଳେ ବିଭିନ୍ନ ସମସ୍ଯାକୁ ଶୁଣି ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଧାୟକ ଶ୍ରୀ ନାୟକ ।

Post a Comment

Previous Post Next Post