ତୁମ୍ବେଶ୍ବର କାଜୁ ଉନ୍ନୟନ ସଂସ୍ଥାର ବାର୍ଷିକ ଉତ୍ସବ ଅନୁଷ୍ଠିତ

 


କୋଦଳା ମୋ ନିୟୁଜ ଓଡିଶା (୦୪/୦୮/୨୦୨୪) 

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଷଣ୍ଢମୂଳ ନିକଟସ୍ଥ ତୁମ୍ବେଶ୍ବର ମନ୍ଦିର ଠାରେ ରବିବାର ଅଗାଁର ଗାଁ ତୁମ୍ବେଶ୍ବର କାଜୁ ଉନ୍ନୟନ ସଂସ୍ଥାର ୧୪ ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ଅଞ୍ଚଳର ସମସ୍ତ କାଜୁ ଫ୍ଯାକ୍ଟ୍ରି ମାଲିକ ମାନେ ଉପସ୍ଥିତ ଥିଲେ। ଓଡ଼ିଶା କାଜୁ ଉନ୍ନୟନ ସଂସ୍ଥାର ପୂର୍ବତନ ସଭାପତି ରାଜେନ୍ଦ୍ର ସାବତ, ଜିଲ୍ଲା ସଭାପତି ରାଜେନ୍ଦ୍ର ପୃଷ୍ଠି, ଜିଲ୍ଲା ସଂପାଦକ କାହ୍ନୁ ଚରଣ ସେନାପତି, ଜିଲ୍ଲା କୋଷାଧ୍ୟକ୍ଷ ସଦାଶିବ ମହାନ୍ତିଙ୍କ ସମେତ ଜିଲ୍ଲାର ୫ ଟି ଜୋନ୍ ର ସଭାପତି, ସଂପାଦକ ମାନେ ମଧ୍ଯ ଯୋଗ ଦେଇଥିଲେ। ଏହି ଅବସରରେ କାଜୁ ଚାଷ ତଥା ଏହାର ବିକାଶକୁ ନେଇ  ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ବେଗୁନିଆପଡ଼ା ବ୍ଲକରେ ଛୋଟ ବଡ଼ ମୋଟ ୪୦ ଟି କାଜୁ ଫ୍ଯାକ୍ଟ୍ରି ରହିଛି। କାଜୁ ଚାଷର ଉନ୍ନତି ହେଲେ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବା ସହିତ କାଜୁ ଫ୍ଯାକ୍ଟ୍ରି ଓ ଶ୍ରମିକ ମାନଙ୍କ ଉର୍ନ୍ନତି ହେବ। ଏଣୁ କାଜୁ ଚାଷର ଉନ୍ନତି ପାଇଁ ସରକାର ଅଧିକ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। 

ସଭାପତି ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ସଂପାଦକ ଅସିତ୍ କୁମାର ବେହେରା, ଉପ ସଭାପତି ଉଦୟନାଥ ମହାରଣାଙ୍କ ସମେତ ସଂଯୋଜକ କୃଷ୍ଣ ଚନ୍ଦ୍ର ଦୋରା, ବହୁ କାଜୁ ଫ୍ଯାକ୍ଟ୍ରି ମାଲିକ ମାନେ ଉପସ୍ଥିତ ଥିଲେ। ବେଗୁନିଆପଡ଼ା ବ୍ଲକରେ ଏକ ବଡ଼ ଧରଣର ଗୋଦାମ ଗୃହ,ଶୀତଳଭଣ୍ଡାର କରିବାକୁ ବିଧାୟକଙ୍କ ନିକଟରେ ଦାବି କରାଯାଇଥିଲା

Post a Comment

Previous Post Next Post