ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ବିରୋଧୀ ଅଭିଯାନ ଅନ୍ତର୍ଗତ ରବିବାର ଦିନ ଡିଆରଜି , ବସ୍ତର ଫାଇଟର ଏବଂ ଭୈରମଗଡ ଓ ଜାଙ୍ଗଲା ଥାନା ପୁଲିସର ମିଳିତ ଦଳ ଏହି ଅଭିଯାନରେ ହିଙ୍ଗୁମ୍ ଓ ଝାରାମୋଙ୍ଗିଆ ଅଞ୍ଚଳରେ ଅପରେସନ ପାଇଁ ଯାଇଥିଲେ। ଯବାନ ମାନେ ମିଳିତ ଭାବେ ଅପରେସନ କରୁଥିବା ବେଳେ ହିଙ୍ଗୁମ୍ ଏବଂ ଝାରାମୋଙ୍ଗିଆର ବିଭିନ୍ନ ସ୍ଥାନରେ ନକ୍ସଲମାନଙ୍କ ଦ୍ୱାରା ନିର୍ମିତ ପ୍ରାୟ ୧୫ ରୁ ୨୦ ଫୁଟ ଉଚ୍ଚର ତିନୋଟି ନକ୍ସଲ ସ୍ମାରକୀକୁ ଭାଙ୍ଗି ଧ୍ବଂସ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ନକ୍ସଲ ଥଇଥାନ ଏବଂ ପୁନର୍ବାସ ଯୋଜନା ସମ୍ପର୍କରେ ବୁଝାଇଥିଲେ।ଯୁବକ ଯୁବତୀଙ୍କୁ ପାଠ ପଢି ସମାଜର ମୁଖ୍ୟ ଧାରାରେ ସାମିଲ ସୁନ୍ଦର ସମାଜ ଗଠନରେ ସହଯୋଗ କରିବାକୁ ପୁଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି।
Tags:
ମୁଖ୍ୟ ଖବର