କବିସୂର୍ଯ୍ୟନଗର ମୋ ନିୟୁଜ ଓଡିଶା (୧୬/୦୮/୨୦୨୪)
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର - କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାର ଜରଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ ଏକ ସ୍କୁଟି ଅନ୍ଯ ଏକ ବାଇକ୍ କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଓଡି ଜିରୋ ସେଭେନ୍ ବି ୧୩୮୮ ନମ୍ବର ବିଶିଷ୍ଟ ଉକ୍ତ ସ୍କୁଟିଟି କବିସୂର୍ଯ୍ୟନଗର ପଟୁ ତିଆଡ଼ି ପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ହୋଣ୍ଡା ସାଇନ୍ ବାଇକ୍ କୁ ପଛପଟୁ ଧକ୍କା ଦେଇଥିଲା। ସ୍କୁଟି ଚାଳକ ତିଆଡିପଲୀ ଗ୍ରାମର କାଳିଆ ତ୍ରିପାଠୀ ବୋଲି ସୂଚନା ମିଳିଛି। ତାଙ୍କର ମୁଣ୍ଡରୁ ଗଭୀର ରକ୍ତସ୍ରାବ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଥିଲେ। ୧୦୮ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ତେବେ ସ୍କୁଟି ଚାଳକ ପ୍ରଚୁର ମଦ୍ୟପାନ କରିଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।


